Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Kumar Tripathy

Tragedy

3  

Prafulla Kumar Tripathy

Tragedy

କୋଉଠି ପାଇବି ତୁମକୁ

କୋଉଠି ପାଇବି ତୁମକୁ

1 min
182


ଆଉ ସହି ହେଉନି

ଏ କରୋନାର ମୁୃତ୍ଯୁ

ଏ କରୋନାର କରାଳ ଛାୟାରେ

ଥରେ ଅଗ୍ନୀସାଜି ଜଳାଇଦିଅ ମତେ ।

ମିଶେଇ ଦିଅ ଶ୍ମଶାନ ମାଟିରେ

ତୁମ ସାନ୍ନିଧିରେ ପାଉଁଶ ହେବାକୁ ମୁଁ ରାଜି

ତୁମ ଅସହାୟ ଯନ୍ତଣା ଆଉ ଦେଖି ହେଉନି

ଏ ଲୁଚକାଳି ଖେଳ କାହିଁକି ?

ସତରେ ଥରେ ତୁମେ ଆସ ମୋ ସାମ୍ନାକୁ

ସହି ନହେଉ ପଛେ ତୁମ ଦିବ୍ଯ ଚକ୍ଷୁର ପ୍ରହାର ା

ଆଜି ତୁମ ଅନୁପସ୍ଥିତି ଶୁନ୍ଯତା

ଆଉ ଦେଖି ସହି ହେଉନାହିଁ

ଆସ ଥରେ ମୋ ପାଖକୁ

ହସି ଉଠିବ ଏ ଦିନ ରାତି

ଇର୍ଷାରେ ଜଳିଯିବ ପବନ

ଆଜି ତୁମ ଅଦୃଶ୍ୟ ଠିକଣା

ମୁଁ ପାଇ ପାରୁନି ।

ଅମାପ ଦୂରତା ମଧ୍ଯରେ ମୁଁ

ତୁମର ଉପସ୍ଥିତି ପଂଚଭୁତିରେ ଲୀନ

ସହର,ଗଳି,କନ୍ଦି,ଆକାଶ ପୃଥିବୀ

ଆଉ ତମକୁ ମୁଁ କୋଉଠି ଖୋଜିବି ?



Rate this content
Log in

Similar oriya poem from Tragedy