STORYMIRROR

Ajit Kumar Raut

Abstract Tragedy

4  

Ajit Kumar Raut

Abstract Tragedy

ଆଷାଢ଼ ରାତି

ଆଷାଢ଼ ରାତି

1 min
405


ଅପାର ଗରମ ଆଷାଢ଼େ        

          ଛୋଟ ମୋଟ ରାତିରେ 

କେଉଁ ଅପରାଧ ହୋଇଛି       

          ଶାନ୍ତି ନାହିଁ କେହୁରେ ।


କ୍ରୋଧ କରିଛନ୍ତି କିବା ସେ                      

           ଆମ ଗ୍ରାମ ଦେବତୀ

କେଉଁ ଅପରାଧ ହୋଇଲା                      

           କିବା ହେଲା ଅନୀତି ।


ଆଜିର ମନୁଷ୍ୟେ ନାହିଁରେ                     

           ରୀତି ନୀତି ସଂସ୍କାର

ସଂସ୍କୃତି ସଂସ୍କାର ଭୁଲିଲା  ‌   ‌‌                  

          ଆଜି ଗାଆଁ ଆମର ।


ଅକାଳ ମୃତ୍ୟୁରେ ହେଉଛି                      

           ଧ୍ୟାନ ନାହିଁ କାହାର

ଅସମୟେ ପ୍ରାଣ ଯାଉଛି                      

          ଦୁଃଖ ଦିଏ ଅପାର ।


ପୁଣା ପୂଜା ଦିନୁ ଘଟଣା                      

           ଲାଗି ଅଛି ଏଠାରେ 

କାହିଁକି ଏପରି ହେଉଛି                       

         ଚିନ୍ତା ଘରରୁ ଘରେ ।


କଲେ ମାନସିକ ଦେହୁରୀ

          ଗାଆଁ ମଙ୍ଗଳ ପାଇଁ

ପ୍ରେମ ଶ୍ରଦ୍ଧା ପ୍ରୀତି ଛାମୁରେ

          କଲେ ଅର୍ପଣ ଯାଇ ।


କରହେ ସୁରକ୍ଷା ଗାଆଁର

            କର ଅନିଷ୍ଟ ଦୂର

ନାହି ଶକ୍ତି ଆଉ କାହାର 

          ଭକ୍ତି ପଦେ ତୁମର ।


ବୃଷ୍ଟି କରୁ ଇନ୍ଦ୍ର ଗାଆଁ ରେ

           ଦେବୀ କରୁଣା କର

ଅନ୍ନପୂର୍ଣ୍ଣ କର ଗାଆଁ କୁ

           ନାମ ଗୁଞ୍ଜୁ ତୁମର ।

                               


Rate this content
Log in

Similar oriya poem from Abstract