STORYMIRROR

Naliniprava Subudhi

Tragedy

4  

Naliniprava Subudhi

Tragedy

ଚଢେଇ

ଚଢେଇ

1 min
316


ଶିକାରୀ ଭାଇରେ ଶିକାରୀ ଭାଇ 

କୁଆଡେ ଯାଉଛୁ ମତେ ତୁ ନେଇ । 


ବସାରେ ଅଛନ୍ତି ମୋ ଶିଶୁ ଦୁଇ 

ବନ୍ଧନୁ ମତେ ତୁ ଦେ ଫିଟାଇ । 


ଉଡି ଶିଖି ନାହିଁ ଉଠିନି ପକ୍ଷ 

କେ ବୁଝିବ ତାଙ୍କ ପେଟର ଭୋକ । 


ପିଲା ମୁଖେ ଦବା ପାଇଁ ଆଧାର 

ଉଡି ଯାଇଥିଲି ମୁଁ ବହୁଦୂର । 


ଖାଦ୍ଯର ଆଶାରେ ଥିଲି ଓହ୍ଲାଇ 

ଅଠାକାଠି ଜାଲେ ପଡିଲି ଜାଇ । 


ପଞୁରିର ସୁଖ ମୋ ଲୋଡା ନାହିଁ 

ବଣ ପାହାଡକୁ ମନ ଝୁରଇ । 


ଉଡୁଥାଏ ମୁହିଁ ଆକାଶ ବକ୍ଷେ 

ଖାଉଥାଏ ଫଳ ମୋ ମନ ସୁଖେ । 


ଗଛ ଡାଳେ ବସି ଗାଏ ମୁଁ ଗୀତ 

ଏ ବଣ ଝରଣା ସବୁ ମୋ ମିତ । 


କାଠି କୁଟା ନେଇ ତୋଳେ ମୁଁ ଘର 

ଝଡ ବତାସ କୁ ନଥାଏ ଡର । 


ଦୟା କରି ମତେ ଦେ ତୁ ଛାଡି

ବଣ ପାହାଡକୁ ଯିବି ମୁଁ ଉଡି । 


Rate this content
Log in

Similar oriya poem from Tragedy