STORYMIRROR

Kabiratna Nutan Kumar Behera

Tragedy Classics

4  

Kabiratna Nutan Kumar Behera

Tragedy Classics

ବର୍ଷା ଖେଳୁଛି ଲୁଚକାଳି

ବର୍ଷା ଖେଳୁଛି ଲୁଚକାଳି

1 min
187


ଏ ଆକାଶର ରଙ୍ଗ ବଦଳେ

       ସଂଜ ସକାଳ ଭଳି କି ଭଳି,

ଧଳାକଳା ନୀଳ ନାଲି କେତେ

       ବର୍ଷା ଖେଳୁଅଛି ଲୁଚକାଳି।


କେବେ ଝରାଏ ମୂଷଳ ଧାରା

      କେବେ ଉଡାଏ ଜମିରେ ଧୂଳି,

ଜଳ ଅଭାବେ ଚାଷ ସଂକଟ

     ହତାଶାରେ ଚାଷି ବସେ ଭାଳି।


କେଉଁଠି ବରଷେ ଝର ଝର

       କେଉଁଠି ମରୁ ବାଲିର ଝଡ଼,

ବର୍ଷା ବହୁଳେ ଫସଲ ନଷ୍ଟ

      ବିହୁନେ ସବୁ ପାଲଟେ ଜଡ।


ନିୟମିତ ନ ହେଲେ ଏ ବର୍ଷା 

        ସୁନ୍ଦର ସୃଷ୍ଟି ଯାଏ ଉଜୁଡି,

ପ୍ରକୃତି ବିନା କିଏ ସେ ଅଛି

       ଏ ଧରାକୁ ରଖିବ ସଜାଡି ?


ବର୍ଷାର ତାଣ୍ଡବ ନେଇ ଆସେ

     ଝଡ଼ ତୋଫାନ ଧୋଇ ମରୁଡି,

ମଣିଷର ଜୀବନ ଯାପନ

      ନିମିଷକେ ଦିଏ ସେ ବିଗାଡି।


ବୃକ୍ଷଲତାର ଜଙ୍ଗଲ ନଷ୍ଟ 

     ନେଇ ଆସେ ବହୁ ଦୁଃଖ କଷ୍ଟ,

ବୃକ୍ଷ ବଞ୍ଚିଲେ ମିଳେ ସୁରକ୍ଷା

       ପ୍ରକୃତି ହୁଏନା ଲକ୍ଷ୍ୟ ଭ୍ରଷ୍ଟ।


ଆକାଶ ଫଟାଏ ଘଡଘଡି

       ଅସମୟେ ଝଟକେ ବିଜୁଳି,

ହୁଅଇ ପ୍ରବଳ ଗୁଳୁଗୁଳି

       ଖରା ତାତି ଦିଏ ସବୁ ଜାଳି।


ବୃକ୍ଷରୋପଣ କରି ସଭିଏଁ

         ପ୍ରକୃତିକୁ ରଖିବା ସମ୍ଭାଳି,

ସୁରୁଖୁରେ ଚାଷ ବାସ ହେବ

       ବର୍ଷା ଖେଳିବନି ଲୁଚକାଳି।

  କୋହି,(ବାରିପଦା) ମୟୂରଭଞ୍ଜ


   


Rate this content
Log in

Similar oriya poem from Tragedy