STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ତୋ ସୁନାବେଶ

ତୋ ସୁନାବେଶ

1 min
359


ଜାଣି ମୁଁ ନ ଥିଲି କାଳିଆ ସୁନାରେ

     ରଖିଛୁ ଏତେ ସୁବର୍ଣ୍ଣ,

ମୋ ପାଇଁ ସୁବର୍ଣ୍ଣ ଯେ ସାତ ସପନ 

    କିଣେ‌ ମୁଁ ଇମିଟେସନ।


ତୋତେ ମୁଁ ଅନେକ ଥର ମାଗିଅଛି 

    ଦେଲୁନି ତ କିଛି ସୁନା,

ଓଲଟାମୋତେ ତୁ ଦେଖେଇ ଦେଇଛୁ

    ତୋ ଅଧା ହାତକୁ ସିନା।


ବଡ଼ ଦଗାଦିଆ ମିଛୁଆ ବୋଲିକି

    ଆଗରୁ ମୁଁ ଜାଣିଥିଲି,

ଆଜି ମୁଁ ଜାଣୁଛି ତୁ ଅତ୍ୟନ୍ତ ଲୋଭି

    ବଡ ସ୍ଵାର୍ଥପର ବୋଲି।


ସଖା ସୁଦାମାକୁ ଧନ ଦେଇଥିଲୁ

    କୈବର୍ତ୍ତ ଦୁଃଖ ହରିଲୁ‌,

ବନ୍ଧୁ ମହାନ୍ତିକୁ ଭୋଗଥାଳି ଦେଇ

    ବାନା ତୋର ଉଡାଇଲୁ।


ଆଜି ତୋର ସୁନା ବେଶକୁ ଦେଖିଲେ

    ଭାବୁଛି ମୁଁ ଏଇ କଥା,

କିଛି ସୁନା ଯଦି ମୋ ହାତେ ପଡନ୍ତା

    ମୋ ଭାଗ୍ୟ ବଦଳି ଯା'ନ୍ତା।     


କାମିନୀ କାଞ୍ଚନ ପାଖେ କଳି‌ ଥାଏ

    ତୁହି ପରା କହୁଥାଉ, 

କ'ଣ ପାଇଁକି ବରଷକୁ ପାଞ୍ଚ

    ଥର ସୁନା ବେଶ ହେଉ ।


ତୋ କଥାରେ ସତ ନାହିଁରେ କାଳିଆ

    କାମ ତୋର ବିପରୀତ,

ମୋ ଭଳି ପତିତ ଭାସିଯାଏ ଯଦି

    ଉଡାଉ‌ କାହିଁକି ନେତ ।


ସୁନାବେଶ ହୋଇ ମୋ ଅନ୍ତର ଦହି

    ତୁହି ମନେ ମନେ ହସୁ,

 ଜଗତକୁ ଆଖି ଠାର ମାରି ଜଗା

    ରତ୍ନ ସିଂହାସନେ ବସୁ।


ତୋର ନାନା ସୁନାଅଳଙ୍କାରେ କାଳେ

    ମାୟା କଳି ବିରାଜିଛି,

ତେଣୁ ମୋ ଆଖିକି ତୋ କଳାଦେହଟି

    କେବଳ ଭଲ ଦିଶୁଛି।


ବୋଧେ ତୁଭାବିଛୁ‌ ଏବେଶ ହୋଇଲେ

    ଲକ୍ଷ୍ମୀ ଛାଡ଼ିଦେବେ ଦ୍ଵାର,

ଅପେକ୍ଷା କରିଥା କି ପାଲା ଲାଗିବ

    ଦେଖିବୁ କଳା ଠାକୁର।


ବେଶୀ କଥା ବାର୍ତ୍ତା କରିବନି ପ୍ରଭୁ

    ଲକ୍ଷ୍ମୀ ଭାରି ରାଗିଛନ୍ତି,

ସଙ୍ଗେସଙ୍ଗେରସଗୋଲା ଖୋଇଦେବୁ

    ମାନ କରିବୁନି କିଛି।


କେଉଁ ସୁନାବେଶ କେକରିବ ତୋତେ

    ତୁ ନିଜେ କାଳିଆ ସୁନା,

କେଉଁ ମାଣିକରେ ତୋ ମନ ବୁଝିବ 

    ତୁ କଳାମାଣିକ ସିନା।


ରାଜରାଜେଶ୍ଵର ବେଶରେ କାଳିଆ

    କିଣୁଥା ଜଗତ ମନ,

କିନ୍ତୁ ଶେଷବେଳେ ଦଗା‌ ଦେବୁନାହିଁ

    ଚରଣେ ଦେବୁ ଶରଣ।


Rate this content
Log in

Similar oriya poem from Tragedy