STORYMIRROR

Debabrata Mishra

Abstract Tragedy

4  

Debabrata Mishra

Abstract Tragedy

ବର୍ଷା ଓ ବର୍ଷା

ବର୍ଷା ଓ ବର୍ଷା

1 min
302


ଦୀର୍ଘ ଦିନର ଗ୍ରୀଷ୍ମର ରୁଦ୍ରପଣରୁ ତ୍ରାହି ପାଇଁ 

ଗୋଟେ ପଟେ ବର୍ଷା ଆଣିଛି ଶୀତଳତାର ଅମିୟ ସ୍ପର୍ଶ

ମୌସୁମୀ ଆଣିଛି ଆଶିଷ ଓ ଶୁଭକାମନା

କେତେ ମନ ପାଇଁ, ମୀନ ପାଇଁ କ୍ଷେତରେ ଧାନ ପାଇଁ

ଆମ ଅନ୍ନଦାତା ଚାଷୀଭାଇ ଓ

ଆମ ପେଟ ପୂର୍ଣ୍ଣ ନିମନ୍ତେ ଅନ୍ନ ପାଇଁ,


ଅନ୍ୟ ପଟେ ବର୍ଷା ଆଖି ଓ ମନ ଭିଜାଉଛି 

ତା'ର ଉଷ୍ମତାର କରୁଣ ସ୍ପର୍ଶରେ

କୋହର ଘଡ଼ଘଡ଼ି ଥରାଉଛି ଛାତି

ନା ବିତୁଛି ସହଜେ ଦିବସ

ରାତି କଟୁଅଛି ତକିଆ ତିନ୍ତିତିନ୍ତି,


ଗୋଟେ ପଟେ ଆକାଶରୁ ଝରୁଛି ଝରଣା

ବିନ୍ଦୁ ବିନ୍ଦୁ ଜଳ ଟୋପା ଦେଖି ହସିଲାଣି ଦେଖ ଧରିତ୍ରୀ

ମନ ଖୁସିରେ ନାଚିଲେଣି ବେଙ୍ଗ ବେଙ୍ଗୁଲି

ସବୁଜିମା ଭରିଲାଣି ଗଛ ପତ୍ର ତରୁଲତା

ପଶୁପକ୍ଷୀ, ପ୍ରଜାପତି ହସିଲେଣି ଖିଲିଖିଲି,


ଅନ୍ୟ ପଟେ ଟପ୍ ଟପ୍ ଝରେ ଲୁଣପାଣି

ବାରବାର ଛୁଉଁଛି ଓଠକୁ 

ମନରେ ଦୁଃଖର ବିରାଟ ବନ୍ୟା

ହୃଦୟର ଘାଇ ଭାଙ୍ଗି ଆତ୍ମାକୁ ଗ୍ରାସିଲାଣି,

ସମୟ ତ ସୁଦର୍ଶନ ସବୁ ଜାଣେ

ସେ ଲୁହକୁ ଦୁଃଖକୁ ଦେଖି କରୁନି ଦୟା

ତାତ୍ସଲ୍ୟଭରା କଣ୍ଠରେ ଦେଖ ସେ ହସିଲାଣି,


ଗୋଟେ ପଟେ ଶୁଭେ ସୁଖର ମୌସୁମୀ ସଙ୍ଗୀତ

ରାଇଜ ଓ ଦେଶେ ଦେଖ କେତେ ଯେ ଆନନ୍ଦ

ଯୁଗଯୁଗ ରହିଅଛି କଥା ଖରା ପରେ ଛାଇ

ହାହାକାର ପଡ଼ିଯାଏ ଶୁଖିଗଲେ ନଈ

ଗ୍ରୀଷ୍ମ ପରେ ନିଶ୍ଚିତ ଯେ ବର୍ଷା 

ଆଜି ନିରାଶ କାଲି ପୁଣି ନୁଆ ସ୍ୱପ୍ନ ଓ ଆଶା,


ଅନ୍ୟ ପଟେ କଳାବାଦଲ ବିବେକ ଗଗନେ

ଉଭେଇ ତ ଯିବ ଜାଣନ୍ତି ସଭିଏଁ

ତଥାପି ମଣିଷ ଟେ ଥକିଯାଏ

ଅସହାୟ ହୋଇ ଲୁହକୁ ଲୁଚାଇ,

ଜୀବନର କେତେ କେତେ ବୈଶାଖ ଓ ବର୍ଷା

କେବେ ସୁଖ ପାଇଁ ଯୁଗ ଲାଗିଯାଏ

ପୁଣି କେବେ ଦୁଃଖର ସୁନାମୀ ଆସେ ସହସା।


Rate this content
Log in

Similar oriya poem from Abstract