STORYMIRROR

Panchanan Jena

Tragedy

4  

Panchanan Jena

Tragedy

ତଲ୍ଲୀନତା

ତଲ୍ଲୀନତା

1 min
348


ଦେଖ ଦେଖ ଏହି ନୀଳ ଭର୍ମିମାଳା 

ହୃଦୟରେ ଧରି ପ୍ରେମାନନ୍ଦ ଜ୍ବାଳା

ଭାବନାରେ ସଂପୂର୍ଣ୍ଣ ସମର୍ପଣ କଳା ।।


ଦେଖ ଦେଖ ପ୍ରେମୀକ ସମୁଦ୍ର ଢ଼େଭ

ତଟ-ପ୍ରେମୀକା କାନରେ କହୁଛି କହୁ

ନିତି ଶତ ଶହସ୍ର ବାର ଚୁମୁଛି ମହୁ ।।


ଦେଖି ଏମାନଙ୍କ ନିବିଡ଼ ପ୍ରେମ ଆନନ୍ଦ

କୌତୁହଳ ଆହୁରି ବଢିଲା ମନେ ମକରନ୍ଦ

ଉତ୍ସୁକତା ଯେମିତି ଟାଣିଲା କୂଳକୁ ନିତ୍ୟାନନ୍ଦ ।।


ଅଭ୍ୟାସରେ ପଡ଼ିଗଲି ଲାଗିଲା ପ୍ରେମରେ ଫସିଗଲି

 ନିତି ଦୈଡିଲି ସମୁଦ୍ରକୂଳ ସମୟ ବାହାର କଲି

କେଇ ଘଣ୍ଟା ବାଲିରେ ବସିଲି ବାଲିଘର ବନେଇଲି ।।


ପ୍ରଣୟ ପାଗଳ ସମୁଦ୍ରର ଅଶାନ୍ତ ଢ଼େଉ

କେତେ ଅଥୟ କେତେ ବ୍ୟାକୁଳ ହେଉଛି ହେଉ

କ୍ଷଣକୁ କ୍ଷଣ ଚୁମୁଛି କୂଳକୁ ମାରୁଛି ଭାଉ

ଗର୍ଜନ ତର୍ଜନ କରୁଛି ଫେଣ ବାହାରି ଯାଉ

ତଥାପି ଅଶାନ୍ତ ତଥାପି ଅତୃପ୍ତ ରହୁଛି ସେହୁ ।।


ବୁଝି ହେଉନି ଯମା

ଜାଣି ପାରୁନି କ୍ଷମା !


ପବନରେ ଭାସି ଆସେ କିଛି ମାଦକତା

ଶୁନ୍ ଶାନ୍ ପରିବେଶ ଗୁଦ୍ଧତା ବିଶୁଦ୍ଧତା

କିଛି ଫରକ ପଡେନା ଢେଉ-କୂଳ ତଲ୍ଲୀନତା ।।


ରାଗ ବି ଲାଗେ ରୋଷ ବି ବାହାରେ ବାଗେ

ବାଲି ଫୋପାଡେ ଆଞ୍ଜୁଳା ଆଞ୍ଜୁଳା ବେଗେ

ଶଙ୍ଖ -ଶାମୁକା-ପଥର ମାରେ ଢେଉକୁ ଆଗେ ।।


Rate this content
Log in

Similar oriya poem from Tragedy