ବାଦଳର ଗର୍ଜନ
ବାଦଳର ଗର୍ଜନ
କରେ ଗର୍ଜନ ବାଦଳ ଅତି
କମ୍ପୁଛି-ରେ- ଧରିତ୍ରୀ
ଆଷାଢ଼ ପରେ ଆସେ ଶ୍ରାବଣ
ହୁଏ ଚିନ୍ତିତ ଭୀତି !!
ନାହିଁ ବରଷା ଖାଲି ଗର୍ଜନ
ମାୟା ପରା ପ୍ରଭୁଙ୍କ
କିବା ଦୁର୍ଭିକ୍ଷ ଅଟେ ଲକ୍ଷଣ
ଲୀଳା ଏ ସବୁ ତାଙ୍କ !!
ହେବ ଫସଲ କିବା ଏ ଦୃଶ୍ୟ
ଜ୍ଞନୀତ ବୁଝେ ସବୁ
ଘଡଘଡି ତା ଅତି ପ୍ରଖର
ବଜ୍ରପାତ କି ବାବୁ !!
ଡ଼ର ସେ ଦିଏ ଗର୍ଜନେ ସାରା
ଜନଶୂନ୍ୟ ହେଉଛି
ଘର ଭିତରେ ଲୁଚି ଅଛନ୍ତି
କାଳ ଏ କି ଆସିଛି !!
ସୂର୍ଯ୍ୟ ତେଜ ହେଉଛି ଭଗାରି
ଝାଳ ପୋଛି ବ୍ୟତୀତ
ବାଦଳ ଗତି କରୁଛି ଭୀତି
ସେହୁ କରେ ଉତ୍ପାତ !!
ଘନ ଗର୍ଜନ ବିଜୁଳି ସ୍ଵନ୍ନ
ଆଣୁ ଅଛି ଆଫତ
ରିମ୍ ଝିମ୍ ଟି ବର୍ଷା ଆରମ୍ଭ
ହୁଏ ଟି ବଜ୍ରପାତ !!
ଘରେ ଅଛନ୍ତି ଭୟେ ତାହାରି
ଆଷାଢ଼ ପରା ମାସ
ମାସ ଶ୍ରାବଣ ଆସୁଛି ପୁଣି
ଜନ ବହୁ ନିରାଶ !!
