STORYMIRROR

Niranjan Mishra

Tragedy

4  

Niranjan Mishra

Tragedy

ଫେରିଆ ସାଥୀ

ଫେରିଆ ସାଥୀ

1 min
280


ପିଲାଟି ଦିନରୁ ସାଙ୍ଗ ସାଥୀ ହୋଇ

ଆମେ ପରା ଥିଲେ ରହି ।

ଖାଇବା ପିଇବା ହସିବା ଖେଳିବା

କରୁଥିଲେ ସାଥି ହୋଇ ।୧।

ପଢିବାର ବେଳ ଆସିଲା ଆମର

ଏକାଠି ପଢିଲେ ପାଠ ।

ସାଙ୍ଗ ସାଥି ହୋଇ ଗଲେ ବିଦ୍ୟାଳୟ

ବୋଲାଇଲେ ଭଲ ଚାଟ ।୨।

ଭଲ ଚାଟ ହୋଇ ଉତ୍ତୀର୍ଣ୍ଣ ହୋଇଲେ

ପଢା ଆମ ଗଲା ସରି ।

ଆମ ଯଶ ଗୁଣ ଗାଇଲେ ଆମର

ଅଭିଳାଷ ଗଲା ପୂରି ।୩।

ଆହୁରି ଅଧିକ ପଢିବା ଭାବିଲେ

ମହାବିଦ୍ୟାଳୟ ଗଲେ ।

ଭଲ ପଢି ଭଲ ଚାକିରୀ ଖଣ୍ଡିଏ

କରିବା ମନେ ଭାବିଲେ ।୪।

ଖୋଜିଲେ ଚାକିରୀ ମିଳିଗଲା ମତେ

ତତେ ନମିଳିଲା ବୋଲି ।

ଚାଲିଗଲୁ ଘରୁ କେଉଁଠିକି ସାଥୀ

ବହୁତ ଖୋଜୁଛି ଖାଲି ।୫।

ବିଜ୍ଞାପନ ଦେଇ ଟେଲିଭିଜନରେ

ନିତିଦିନ ପତ୍ରିକାରେ ।

ନପାଇ ନିରାଶ ହେଲିଣି କହୁଛି

ଫେରିଆ ସାଥୀ ତୁ ବାରେ ।୬।

ଜୀବନରେ ଆସେ ଘାତ ପ୍ରତିଘାତ

କାହିଁକି କରିବା ଚିନ୍ତା ।

ପଳାୟନପନ୍ଥୀ ନହୋଇ ଚିନ୍ତନ

କଲେ ହଟିବ ଦୁଶ୍ଚିନ୍ତା ।୭।


Rate this content
Log in

Similar oriya poem from Tragedy