STORYMIRROR

Sushree sangita Swain

Abstract

2  

Sushree sangita Swain

Abstract

କୋରୋନା ଆଉ ମୁଁ

କୋରୋନା ଆଉ ମୁଁ

1 min
149

ଧୂଳି ଧୂସରିତ ଆଶା ର ସହରେ

ମିଛ ଟା ରେ ପାଦ ଦେଇ

ଜଳିଗଲି ଯାହା ପାଉଁଶ ତଳେ ମୁଁ

ଅଦିନିଆ ନିଆଁ ହୋଇ

କେତେ ଆଶା କେତେ ସ୍ବପ୍ନ ଥିଲା ମୋର

ମନ ତଳେ ଗଲା ରହି

ଓଠ ତଳ ଭାଷା ଓଠରେ ରହିଲା

ପାରିଲିନି କିଛି କହି

ଜୀବନ ଟା ମୋର ଯୁପକାଠି ହୋଇ

ମଶାଣି ରେ ଗଲା ରହି

କେତେ ଆସି କେତେ ଚାଲିଗଲେ ଏଠି

ଥରେ ଚାହିଁ ଲେନି କେହି

ପିଆସୀ ମନ ମୋ ପିଆସୀ ରହିଲା

ଉଆଁସ ତିଥି କୁ ଚାହିଁ

ମରଣ ବେଦୀ ରେ ବସିଛି ଏକାକୀ

ଜୀବନ ଆହୁତି ଦେଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract