କୋଣାର୍କର ଇତିକଥା
କୋଣାର୍କର ଇତିକଥା
ଲାଙ୍ଗୁଳା ନରସିଂହ ବୀର
ମନ ମଧ୍ୟରେ କଲେ ସ୍ଥିର ।
ଗଢିବେ ସୁଉଚ୍ଚ ମନ୍ଦିର
ପୂଜିବେ ସୂର୍ଯ୍ୟଙ୍କ ପୟର ।
ମହାମନ୍ତ୍ରୀଙ୍କୁ ଡାକି ପାଶେ
ଚନ୍ଦ୍ରଭାଗା ର ତଟଦେଶେ ।
ଭୋ'ମନ୍ତ୍ରୀ ଶୁଣମୋର ଗୀର
ଏ ଥାନେ ତୋଳିବ ମନ୍ଦିର ।
ରଥର ପ୍ରାୟେକ ଦିଶିବ
ଯେହ୍ନେ ଆକାଶେ ଉଡୁଥିବ ।
ଚବିଶ ଚକ ଲାଗିଥିବ
ସାତ ଅଶ୍ୱରେ ଟଣାହେବ ।
ସୂର୍ଯ୍ୟଙ୍କ ପ୍ରଥମ କିରଣ
ତହିଁ ହେବ ପ୍ରତିଫଳନ ।
ମହାମନ୍ତ୍ରୀଙ୍କ ଆଜ୍ଞା ପାଇ
ଆସିଲେ ବାରଶ ବଢ଼େଇ ।
ତୋଳିଲେ ଯେ ବାର ବରଷେ
ଚୂଡ଼ା ରହିଲା ଅବଶେଷେ ।
ବାରଶ ବଢ଼େଇ ସକଳ
ସମସ୍ତେ ହୋଇଲେ ବିଫଳ ।
ହୋଇଲା ରାଜାଙ୍କ ଆଦେଶ
କାଲିରେ ନ କରିଲେ ଶେଷ ।
ମରିବେ ସମସ୍ତେ ଅବଶ୍ୟ
ବଢ଼େଇ କୂଳ ହେବ ନାଶ ।
ମୁଖିଆ ବିଶୁ ମହାରଣା
ତାଙ୍କୁ ବି ନପଡ଼ିଲା ଜଣା।
କାହିଁ ରହିଲା ଦୋଷ ତ୍ରୁଟି
ଢଳି ପଡେ ଦଧି ନଉତୀ ।
ଏମନ୍ତ ସନ୍ଧ୍ୟା ଉପଗତ
ମିଳିଲା ଧରମା ବାଳୁତ ।
ପିତା ପୁତ୍ରରେ ହେଲା ଭେଟ
ଅଚିରେ ଟଳିଲା ସଙ୍କଟ ।
ବାରଶ ବଢ଼େଇରେ ଦାୟୀ
ନା'ତୋର କୁମରରେ ଦାୟୀ ।
ଏମନ୍ତ ଶୁଣିଲା କର୍ଣ୍ଣରେ
ଡେଇଁଲା ସମୁଦ୍ର ଗର୍ଭରେ ।
ଚହଳ ପଡିଲା ସଂସାରେ
ନାମ ଲେଖିଲା ସ୍ବର୍ଣ୍ଣାକ୍ଷରେ ।