STORYMIRROR

DEEPAK KUMAR PATRA

Tragedy Others

4  

DEEPAK KUMAR PATRA

Tragedy Others

କୋହ

କୋହ

1 min
6

ଉତ୍ତର ବୟସରେ ମୋ ଦୁଃଖମାନେ ଏବେ

ମୋ ଆଖି ଆଗେ ଦିନ/ରାତି

କୁଣିଆ ହେଇ ଆସନ୍ତି ଆଖି ସାମ୍ନାକୁ

ଝାପସା ଝାପସା ଲାଗେ

ନା ଆଖିକୁ ପଚାରନ୍ତି, ନା ମତେ 

କୋହ ଗୁଡା ମେଘ ହେଇ 

ବାରିଧାରା ପରି ଝରି ପଡୁଥାଏ ……।।

ପଚାରିବି …..

ହଁ ପଚାରିବି ନିଶ୍ଚୟ….

ଏଇ ନଈ ପରି ବହିଯାଉଥିବା ସମୟକୁ

ଆଉ ରାତିଭାଙ୍ଗି ଅଣ୍ଡାଳୁଥିବା ମୋର୍

ତମାମ ବିସ୍ତୀର୍ଣ୍ଣ ଇତିହାସକୁ 

କଉଥି ପାଇଁ ଏଇ ଵିଵଶତାର ବେଦନା

ଯାହାର ଆୟୁଷ ଅନ୍ତହୀନ

ଅଦୃଶ୍ୟମାନ ଦୂର ଦିଗବଳୟ ଯାଏଁ ……।।

ଜାଣେନା……

ଏଇ ପରିସ୍ଥିତିର୍ ସମ୍ଭାବ୍ୟତାରେ

ମୁଁ ଖୁସିହେବି ନା ଦୁଃଖ କରିବି

ମୁଁ ବିଶ୍ଲେଷିତ ହେଉଛି ନା ହେଇଛି

ତା ବି ଜାଣେନା…….???

ଖାଲି ନିଃସହାୟ ଶୁଷ୍କ ତୃଣପରି

ସମୟର ପ୍ରବାହିତ ଧାରାରେ 

ଅହରହ ଗତି କରିଚାଲିଛି…… ।।



Rate this content
Log in

Similar oriya poem from Tragedy