STORYMIRROR

Surjyakanta Dash

Tragedy

2  

Surjyakanta Dash

Tragedy

କୋଭିଡ୍ ୧୯ ସନେଟ୍

କୋଭିଡ୍ ୧୯ ସନେଟ୍

1 min
20


ଆଉ କିଛି କ୍ଷୋଭ ନାହିଁ ମୋହ ନାହିଁ ପାଇବାର ଆଶା ନାହିଁ

ଦୂର ଦିଗବଳୟରେ ଇନ୍ଦ୍ରଧନୁ ଅବା କଳା ବାଦଲ ପରି ଛାଇ ନାହିଁ।


ଅଫେରା ଅସରନ୍ତି ପଥିକ ଟିଏ ପରି ଆଉ ବେଶୀ ଚାଲିବାର ନାହିଁ 

ଜୀବନର ସତ୍ୟତାକୁ ଉପଲବ୍ଧି କରି ରହିବାର ନାହିଁ ପାଷାଣ ଟିଏ ପରି ।


ସବୁଆଡେ କରୋନାର ଭୟ ଆଉ କୋଳାହଳ ର ମୁହୂର୍ତ୍ତ

ବିତିଥିବା ଜୀବନର ଆଉ କେତେ କେତେ ସ୍ୱର୍ଣିଳ ମୁହୂର୍ତ୍ତ


ସବୁ ସ୍ବପ୍ନ ଏଠି ଘୂରିବୁଲେ ଚାରିଆଡେ କହିବାକୁ କେହି ନାହିଁ

ମୃତ୍ୟୁ ଆତଙ୍କରେ ଆତଙ୍କିତ ପଶୁ ସହିତ ସବୁ ମଣିଷ ସମାଜ ।


ଭରିବାକୁ ଶକ୍ତି କାହିଁ ଏ ବୟସେ କରିବାକୁ ଦେଶୀ ଉପଚାର ମାନ

ଏଠି ସବୁ ହାହା-କାର ହାହାକାର ମଧ୍ୟେ ଜୁଝୁଛି ଜୀବନ ।


କିଏ ଅଛି କରି ଦେବ ଆହା କାଢ଼ା ଆଉ ଚବନ୍ ପ୍ରାଶ

ଏଠି ମୃତ୍ୟୁ ମୁଖା ପିନ୍ଧି କରୁଛି ତାଣ୍ଡବ କାରୋନା ରାକ୍ଷସ ।

ଜୁଝିଲା ମଣିଷ ଏଠି କରୁଛି ଲଢେଇ ହୋଇ ଆକ୍ତା ମାକ୍ତା

ଖଇ ଫୁଟା ଖରାରେ ଚାଲୁଛି ମାଇଲ ମାଇଲ ସିଝିଯାଏ ତାଳୁ ରୁ ତଳିପା ।


କୋଭିଡ କରିଛି ସମସ୍ତଙ୍କୁ ବାଟବଣା ଡରି କେହି ପାଖ ମାଡ଼େ ନାହିଁ

ପାଣିପାଗ ଅନୁଯାଇ କରୁଛି ବଂଶ ବିସ୍ତାର ତାହା କରାେନା ର ପ୍ରକୋପ ।


ପେଟ ଭୋକ ଠାରୁ ବଡ଼ ମନର ଭୟ ଆଉ ଛାତିରେ ଅମାପ ଆତଙ୍କ

ନିଆଁ ଚୁଲି ଠାରୁ ବହୁ ଦୂରେ, ଭାତ ଠାରୁ ଭୂତ ଏଠି ବେଶି ଡରାଏ ବହୁତ ।


ସହରରେ କର୍ଫ୍ୟୁ, ଘରେ ବାହାରେ କଣ୍ଟେଣ୍ଟ ମେଣ୍ଟ ଭୋକିଲା ମଣିଷ

କହିବାକୁ ଶବ୍ଦ ନାହିଁ ଅସହାୟ ସ୍ନେହ ସରାଗ ଲାଗେ ନୀରବ ସମାଜ ।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy