STORYMIRROR

Chittaranjan Nanda

Inspirational

4  

Chittaranjan Nanda

Inspirational

କନ୍ୟା ଦିବସରେ ଭାବନା

କନ୍ୟା ଦିବସରେ ଭାବନା

1 min
315

ଝିଅଟିଏ ଜନମିଲେ କୁହେ ଆମେ ହେଲା 

ତ ଲକ୍ଷ୍ମୀଙ୍କର ଆଗମନ

କରିବ ସେ ଦୁଇ କୂଳର ହିତ କନ୍ୟା ଦାନେ 

ପୂଣ୍ୟ ସପନ ହେବ ପୂରଣ |୧|


ଦୁଇ ଘରକୁ ବାନ୍ଧଇ ସିଏ ପ୍ରେମ ସ୍ନେହ 

ସୌହାର୍ଦ୍ଦ୍ୟର ସୂତ୍ରରେ 

ପୁରି ଉଠିବ ଘର ତାହାର ସେ ଖିଲିଖିଲି 

ଶବ୍ଦ ଓ ହସ ସମ୍ପଦରେ |୨|


ସମସ୍ତେ ଜାଣିଛେ କନ୍ୟା ହେବ ଦିନେ ଅସ୍ତ୍ର 

ଭବିଷ୍ୟତ ସମାଜ ଗଠନର

ଆଣିବ ସେ ତ ସିଦ୍ଧି ଗୌରବ ଓ ଅଭିବୃଦ୍ଧି 

ଆମ ଭାରତ ଦେଶର |୩|


କାମ କରିପାରେ ହୋଇ ଖେତର ମୁଲିଆ 

ଦାଆ ଧରି ତା ହାତରେ

ହାତୁଡି ଧରି ତା ସାଥେ ସେ ଶ୍ରମ କରି

ପାରେ ଖଣି ଖାଦାନରେ |୪|


ସୈନିକ ସାଜି ତ ସିଏ ଦେଶର ସୀମାରେ 

ଜାଗ୍ରତ ପ୍ରହରୀ ହୁଏ

ପରିବାର ହିତ ପାଇଁ ଜୀବନକୁ ବଳି ଦିଏ 

ଜୀବନ ସଂଗ୍ରାମରେ |୫|


ହୁଏ ଝିଅଟିଏ ରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀ ଯନ୍ତ୍ରୀ 

 ବୈଜ୍ଞାନିକ ଓ ଡାକ୍ତର 

ନର୍ସ ଅଧ୍ୟାପିକା ଶିକ୍ଷୟତ୍ରୀ ହୋଇ ମାନବୃଦ୍ଧି 

କରୁଛି ଆନ ଦେଶର |୬|


କିପାଇଁ ସେଇ ମାଆ ଲକ୍ଷ୍ମୀ ଦୁର୍ଗା କୁହ ଆଜି 

ଅସୁରକ୍ଷିତ ରହେ

ଅଛି ବନ୍ଦିନୀ ଚାରି କାନ୍ଥେ ଜୀବନ ସଂଗ୍ରାମେ 

ବିପଦରେ ରୁହେ |୭|


ନିର୍ମମ ହୋଇନେକି ଆଜି ବିଭିନ୍ନ 

ଅପସଂସ୍କୃତିକୁ ଆଦର କରି 

ପୂଜା ପାଠ ନାମେ ମହାଜନ ସଂସ୍କୃତିକୁ 

ପୋଥି ଭିତରେ ଭରି |୮|


କେଉଁ ମନୋବୃତ୍ତି ଯୋଗୁ ହୁଏ ଯୌତୁକ 

ନିର୍ଯ୍ୟାତନା ଘରୋଇ ଅତ୍ୟାଚାର

କନ୍ଯା ଜନ୍ମ ହେବା କଥା ଜାଣି କେଉଁ ଭୟେ 

ଭୃଣ ହତ୍ୟା ହୁଏ ଗର୍ଭ ଭିତର |୯|

 

ସତୀ ଦାହ ଭଳି କେତେ ଥିଲା କୁସଂସ୍କାର 

ଯାହା ଲୋପ କରିଅଛେ

ଯୌତୁକ ନିର୍ଯ୍ୟାତନା ଭଳି ପ୍ରଥାକୁ କିମ୍ପାଇଁ 

ଆନେ ସମାଜେ ରଖିଛେ |୧୦|



Rate this content
Log in

Similar oriya poem from Inspirational