କମଳାକାନ୍ତ ହେ କଳା ସାଆନ୍ତ
କମଳାକାନ୍ତ ହେ କଳା ସାଆନ୍ତ
କମଳାକାନ୍ତ ହେ କଳା-ସାଆନ୍ତ
ତୁମେ ହିଁ ସତ୍ୟ ତୁମେ ହିଁ ପଥ
ନୀଳାଚଳ ଧାମେ ଶ୍ରୀଜଗନ୍ନାଥ
ସକଳ ପ୍ରାଣର ପରାଣ-ନାଥ।
କିଏ କହେ ତୁମେ ଜଗତ-ନାଥ
କିଏ କହେ ତୁମେ ଅନାଥ ର ନାଥ
କିଏ କହେ ତୁମେ ମୁକ୍ତି ର ପଥ
କିଏ କହେ ତୁମେ ଏକ ମାତ୍ର ସତ୍ୟ।
ସଂସାର ମାୟାରେ ହୋଇ ଜଡ଼ିତ
ଭୁଲି ଯାଉଅଛି ମୁକ୍ତିର ପଥ
ତୁମ ନାମ ହେଉ ହୃଦେ ଜାଗ୍ରତ
ସବୁ ମିଛ ମାୟା,ତୁମେ ହିଁ ସତ୍ୟ।
ଜୀବନ ଯନ୍ତ୍ରଣା ରେ ମନ ହେଉଛି ଚିନ୍ତିତ
ବ୍ରହ୍ମ ଓ ବ୍ରହ୍ମଜ୍ଞାନ ବିଷୟରେ ରହି ଅବିଦିତ
ମଣିଷ ଜନମ ମୋର ପାପ ପଙ୍କରେ ପତିତ
ଜୀବନ ସାରା କୁକର୍ମ ରେ ହୋଇଛି ପତିତ।
ଶରଣ ରକ୍ଷଣ ପତିତ ପାବନ ତୁମେ ଜଗନ୍ନାଥ
ଏ ଅଧମ ମନରେ ଉଜ୍ଜୀବିତ ହେଉ ମୁକ୍ତି ପଥ
ଧର୍ମ ଶାସ୍ତ୍ର ଅଧ୍ୟୟନ କଲେ ବି ବୁଝୁ ନାହିଁ କିଛି
ତୁମ ନାମ ହିଁ ମୁକ୍ତିର ପଥ,ଏତିକି ବୁଝିଛି।
କାଳିଆ , କଳା ଠାକୁର,କାଳିଆ-ସାଆନ୍ତ
କଳି କାଳରେ କାଳିଆ ନାମ ସର୍ବତ୍ର ବିଦିତ
କାଳିଆ ନାମ ସହିତ କମଳାକାନ୍ତ ଜଡ଼ିତ
କଳି କଳୁଷ ରୁ ମୁକ୍ର୍ତି ପାଇଁ କାଳିଆ ଚରିତ୍ର।
ସେଇ କାଳିଆ ସାଆନ୍ତ ଙ୍କୁ କରୁଛି ଜଣାଣ
କମଳାକାନ୍ତ ଶ୍ରୀଚରଣ ଧ୍ୟାୟୀ ଯାଉ ମୋର ଦିନ ।
