STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

କଲମକୁ ଶକ୍ତି ଦେ ମା'

କଲମକୁ ଶକ୍ତି ଦେ ମା'

1 min
20


ମୁଁ ନ୍ୟୂନ ଶୂନ୍ୟ ଅପୂର୍ଣ୍ଣ ନଗଣ୍ୟ 

ମା' ତୁମେ ଜନ୍ମଦାତ୍ରୀ ଧରିତ୍ରୀ ଈଶ୍ୱର 

ତୁମେ ଦେଇଥିବା ବୁଦ୍ଧି ବିବେକ ମନ

ସବୁ ସମୟର ଜାଲରେ କବଳିତ,

ତୁମେ ଧରାଇଥିବା କଲମଟି

ଲୁହକୁ ଲେଖି ଲେଖି ହୋଇଛି କ୍ଲାନ୍ତ 

ତୁମେ ମୋର ଆଶ୍ରା ମୁଁ ଆଶ୍ରୀତ ଦେବବ୍ରତ,


ସେହି କଲମକୁ ଶକ୍ତି ଦିଅ ମା'

ଯେଉଁ ଆଶିଷର କଲମ ମୂନରେ 

ମୁଁ ଯେମିତି ଲେଖିପାରେ ତୁମରି କରୁଣା

ମୁଁ ଯେମିତି ଲେଖିପାରେ ସତ୍ୟର ଠିକଣା

ମୁଁ ଯେମିତି ଲେଖିପାରେ ସମାଜର ଅବ୍ୟକ୍ତ କଥା,

ତୁମ ଶକ୍ତି ଓ ସାହସରେ ରଚିପାରେ

କିଛି ପ୍ରେରଣା କିଛି ସାହସ କିଛି ଉତ୍ସାହ

କିଛି ସେବା କିଛି ଧର୍ମ ସଂସ୍କୃତି-ସଭ୍ୟତାର ବାର୍ତ୍ତା,


ତୁମଠାରୁ ସୃଷ୍ଟି ତୁମଠାରେ ହେବି ମୁଁ ସମାହିତ

ମା' ମୋର ତୁମେ ହିଁ ଗଢ଼ିବ ମୋର ଭବିଷ୍ୟତ

ଯେଉଁ ପଥେ ନେବ ମୋତେ ମା'

ଯେଉଁ ଦିଗରେ ଯିବାକୁ ଆଦେଶ ତୁମର

ତୁମ ପାଇଁ ଚାଲୁଥିବି ଆଜୀବନ ନହୋଇ କ୍ଳାନ୍ତ

ଚାଲୁଥିବି ଝୁଣ୍ଟୁଥିବି ସଂଘର୍ଷ ପଥେ

ଏ ମସ୍ତିଷ୍କ ଏ ମନ ଏ ବିବେକ ଲଢୁଥିବେ ଅବିଶ୍ରାନ୍ତ,

ଦିଅ ହେ ବଜ୍ର ସାହସ ଓ ଦମ୍ଭ 

ଯାହା ଲେଖିବି ଉତ୍ତମ ଲେଖିବି ଭଲ ଲେଖିବି

କଲମ କାଳୀ ନ ଦେଉ କାହା ଆଖିରେ ଲୁହ

ବରଂ କାହା ଓଠରେ ଫୁଟି ଉଠୁ ଅଜାଣତେ ହସ

ତୋ' ଦୟାରୁ ମା" ମୁଁ ଲେଖି ପାରିବି

ସୁସ୍ଥ ସମାଜ ପାଇଁ ଶବ୍ଦର ଅନେକ ସ୍ତମ୍ଭ

ନଥିବ ଭାବରେ ଭାଷାରେ ଶବ୍ଦରେ ପକ୍ଷପାତ,


ଛାର ମଣିଷ ମୁଁ ବୁଝେନି ତୁମକୁ ମା'

ସବୁଠି ଲୋଭ ଓ ଅବସରବାଦ 

ସମୟର ସଡ଼କରେ କଲମର ଗାଡ଼ି 

ତୁମେ ଶକ୍ତିପ୍ରଦାୟିନୀ ମା' ବିପଦହାରିଣୀ

ମୁଁ ଅଧମ ତୁମର ତୁମେ ରାସ୍ତା ଦେଖାଉଥାଅ

ମା' ତୁମେ ଆଶିଷ ଦେଉଥାଅ‌ ।।


Rate this content
Log in

Similar oriya poem from Abstract