STORYMIRROR

pratap nayak

Abstract

3  

pratap nayak

Abstract

କଲମ

କଲମ

1 min
147

କେତେ ଲୁହ

କେତେ ଚିପୁଡା ଦରଦି ହୃଦୟ

ସମୟ ପାହାଚରେ 

ଆସନ୍ତି ଆଉ ଯାଆନ୍ତିବି

ନିଜକୁ ବ୍ୟକ୍ତ କରିବାର ସାହାସ

ଅନ୍ୟଠି ନିଜକୁ ସମର୍ପିଦେବାର 

କରୁଣ ଚିତ୍କାର

ଟିପା ଟିପା ଅକ୍ଷର ଝାପ୍ସାରେ ,

ନିରିଖେଇ ଦେଖେଇଦେବାର ବାଟ 

କେବଳ ମତେ ହିଁ ତ ଜଣା

ନିଶାଚରର ଅମାପ ଗପ

ରଜାର ଘୋଡା କିଣା ହିସାବ

ବୋଉର ଦେଇଥିବା ଉଧାର ବାପାଙ୍କୁ

ପାନ ବଟୁଆର ହାଟପାଳି ହିସାବ

ଏମିତି କେତେ କଣ !

ସାଇତିଛି ଇତିହାସ ପୃଷ୍ଟାରେ

ଇତିହାସ ପୃଷ୍ଟାରୁ ଚନ୍ଦ୍ରଯାନ ନକ୍ସା

ବୋଇତ ବନ୍ଦାଣର ସଳିତା ତାପରୁ,

ଗ୍ରହଣ କରିଛି ଯେତେକ ଉତ୍ତାପ

ନିଘୋଡ ନିଦରେ ଶୋଇଥିବା 

ବଳଦିଆ ହିସାବର ବୁଢା ଆଂଗୁଠି ଛାପ

 ଯାଗାରେ ମୋ ଦସ୍ତଖତ

ସାହୁକାର ମିଳୋଉଛି ସୁଧିଆ ହିସାବ

ଓକାଳିଛି ବହିରେ ଖାତାରେ

ପୁଣି ନଖିନାନୀ ପୁଅ ଭଗିଆର 

ଅଂକାବଂକା ପ୍ରେମ ଚିଠି

ଗାଇ ଜଗୁଆଳି ମୁରୁଖ ସପନା ହାତରେ

ତା ଭଉଣୀର ଦେଖାନାହିଁ 

ଏତେବେଳ ଯାଏ

କ'ଣ ଦିଅକ୍ଷର ପଢିଛି ଯେ 

ଖାଲି ମୁରୁକି ହସୁଛି

ଛନଛନ ଛାତି ଝୁଣୁଛି 

ରିକ୍ସାବାଲା ଛୁଆ

ଡାକ୍ତର ଗାରୋଉଛି ,

କହୁଛି

ଏଇ ଚିଠାରେ ନିଶ୍ଚେ ଭଲ ହେବ?

ହଉ ଭଲ !

ଭଲରେ କି ଭେଲରେ ,

ମୋର ଯାଏ କେତେ ଆସେ କେତେ

ହଉ ଇତିହାସ

ହଉ ଦରଦି ହୃଦୟ

ହଉ କାହାର ଚୁପି ଚୁପି ଲୁହର ନିଶ୍ୱାସ 

ଲୁହର ନିଶ୍ୱାସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract