କଲମ
କଲମ
ବୁଝି ନ ପାରଇ ନିଜର କଥା ସେ
ପରକୁ ବୁଝାଏ ଦିଏ,
କୁହ ମୋର ପ୍ରିୟ ଭାଇ ଓ ଭଉଣୀ
ତୁମର ଆଦର ସିଏ ।
ତୁମର ସାହାଯ୍ୟ କରଇଟି ସିଏ
ପରୀକ୍ଷା ସଫଳ ପାଇଁ,
ତାହାରି ଦାନର ତୁଳନା ନାହିଁ ସେ
ଅମୂଲ୍ୟ ଦାନୀଟି ସେହି ।
ତାକୁ ଧରି ଥିଲେ ଜଗତ ଜିଣିବା
ସିଏ ତ ସଂସାରେ ହିତେ,
ଗୋଟିଏ ଶଦ୍ଦରେ ସବୁଠି ଶୃଙ୍ଖଳା
କେତେ ସୁନ୍ଦରଟି ସତେ ।
ତାହାକୁ ନ ଧରି ପୃଥିବୀ ମଧ୍ୟରେ
ହୋଇ ନାହିଁ ବଡ଼ କିଏ,
ସେହି ତ ଆମର ପ୍ରିୟ ବନ୍ଧୁଟିଏ
କଲମ ନାମଟି ସିଏ ।