STORYMIRROR

subrat kumar jena

Inspirational

3  

subrat kumar jena

Inspirational

କଲମ କାହାଲାଗି କେମିତି

କଲମ କାହାଲାଗି କେମିତି

2 mins
191

ମୁଁ ତୁମର ଅତି ନିଜର -ସାଥି ଆବାଳ ବୃଦ୍ଧ ବନିତାର

ମୁଁ କାଲି ଥିଲି ଆଜିବି ଅଛି ଆଉ ଆଗକୁ ବି ଥିବି

ସମସ୍ତଙ୍କ ଅତି ଆପଣାର ପସନ୍ଦ ହୋଇ

ମୋତେ କିଏ ନେଇ ରଚିଚାଲେ ନିର୍ଦ୍ୱନ୍ଦରେ

ପ୍ରେମ ପ୍ରଣୟ ଅଭିମାନ ହିଂଶାର କାହାଣୀ

କାହଲାଗି ଲେଖିବସେ ପ୍ରତିକ୍ଷାର କରୁଣ ଗୀତି

କାହଲାଗି ପୁଣି ସନ୍ତ୍ବନାର ମଲମ ଲେଶି ଦିଏ

ଗଭୀର ଅନ୍ତରର କ୍ଷତର ପ୍ରଦେଶରେ

କେବେ ପୁଣି ନୂଆ ଆଶା ହୋଇ ଆସେ

କାହାପାଖକୁ ଡ଼ାକବାଲା ହାତରେ

ମୋତେ ପାଖକୁ ନେଉ ନେଉ ଅନୁଭବ କରେ

ବିଚରା ପାଇଗଲା କୋଟିଏ ଠୁ ଅଧିକ କିଛି

କେବେପୁଣି ଲେଖିଚାଲେ ଶିଶୁ ହୃଦୟର ମମତାକୁ

ଦୂର ଦୁରନ୍ତରେ ଥିବା ବାପା ପାଖକୁ ଚିଟାଉରେ

ହେଲେ ସେ ଦିନ ମୁଁ ପୁରା ଭିଜି ଥାଏ ଗୋଟାପଣେ

ଟିକେ ପ୍ରେମର ରଙ୍ଗରେ ଟିକେ ଅଭିମାନର ବର୍ଷାରେ

ଯେଉଁଦିନ ମୁଁ ଲେଖିଥିଲି ନୂଆ ବିବାହିତ ରମଣୀ ଲାଗି

"ଦୁରେ ବହୁଦୂରେ କାହିଁ ଗଲ ପ୍ରିୟ

ବୁଝାଇ ପାରୁନି ମନକୁ ମୋର

ତୁମେ ନାହଁ ପାଖେ ଅଙ୍ଗେ ଅଙ୍ଗେ ଭରେ ତାତି

କେମିତି କମିବ ଶ୍ରୀଅଙ୍ଗୁ ମୋ ତୁମ ପ୍ରେମ ଜର"

ଲାଜରେ ବହୁତ ସମୟ ମୁଣ୍ଡ ଉପରକୁ ପରିନଥିଲି ଉଠାଇ

ହଁ ସେଦିନ କିନ୍ତୁ ମୋତେ ଦୋଷୀ ଦୋଷୀ ଲାଗିଥିଲା

ଯୋଉଦିନ ବିଚରା ନିରୀହ ଲୋକଟା ପାଇଥିଲା ଦଣ୍ଡାଦେଶ

ମୋ ମୁଖ ନିସୃତ ଲେଖାରୁ

ଜୀବନ ସାରା ମୁଁ ସେମିତି ନାଚିଲି ଯେମିତି ଯିଏ ମୋତେ ନଚାଇଲା

ମୁଁ ବା କଣ କରିପାରିବି ମୁଁ କେବଳ ମୁକ ସାକ୍ଷୀ ସବୁ ସମୟରେ

ମୋରି ମୁଖନିସୃତ ବାଣୀ ଲାଗି ବାପର ଅନ୍ତିମ ଶଯ୍ୟାରେ

ଛେ ପୁଅ ମାନଙ୍କର କି ଘୃଣ୍ୟ କାର୍ଯ୍ୟ

ଗୋଟେ ଜୀବନ ଯାଉଥିଲା ବେଳେ ଚାଲେ ଭାଗ ବଣ୍ଟା

ମୋତେ ଜୋର କରି ଗରେଇ ଗାରେଇ

ସେଇ ଥରିଲା ଅବସନ୍ନ ହାତକୁ ଧରାଇ

ସତେ ଯେମିତି ଅର୍ଜୁନଙ୍କ ପ୍ରିୟ ଗାଣ୍ଡିବ ପରାୟେ

ଘୋର ଲଜ୍ଜ୍ୟାରେ ମରି ଯାଏ ମୁଁ

ଚିନ୍ତାକରେ କେତେ ତଳକୁ ଯାଇପାରେ ଏ ମଣିଷ

ସାମାନ୍ୟ କିଛି ଲୋଭ ଲାଗି ମାୟାର ବଶବର୍ତ୍ତୀ ହୋଇ

ହେଲେ ସେ ବି କଣ ନେଇକି ଯିବ ଶେଷ ସମୟରେ

ମୁଁ ଖାଲି ପଡିରୁହେ ନିର୍ଜୀବଙ୍କ ପରି ସବୁକୁ ଶୁଣି ଶୁଣି

ଲାଗେ ସତେ ଯେମିତି ମୁଁ ଗୋଟେ ଦଣ୍ଡାଦେଶ ପାଇଥିବା

ଆଜୀବନ ଅପରାଧୀ

ମୋତେ ଯେତେ ଅଳଙ୍କାର ,ଆଭୂଷଣ ରେ ସଜାଇଲେ କଣ ହେବ

ମୁଁ ଯୁଗେ ଯୁଗେ ପରାଧୀନ ଜାଣେନା କେବେ ମିଳିବ ମୁକ୍ତି

ଯେଉଁ ଦିନ ମୁଁ ଲେଖିବି ସ୍ୱାଧୀନ ଭାବରେ ମୋ ମନର କଥା

ଲୁହ ପାଇଁ ନୁହଁ, ଲହୁ ପାଇଁ ନୁହେଁ,ଅପରାଧ ପାଇଁ ନୁହଁ

ଲେଖିବି ଶାନ୍ତି -ମୈତ୍ରୀ-ଭାଇଚାରାର ଖୁସି ପାଇଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational