Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

କଳୁଷର ବିଲୟ, ବୈଜ୍ଞାନିକ ତତ୍ତ୍ୱ

କଳୁଷର ବିଲୟ, ବୈଜ୍ଞାନିକ ତତ୍ତ୍ୱ

1 min
324



ଗାଆଁଠୁ ସହର, ସବୁଠି ରୁଗ୍ଣ 

ମନୋବୃତ୍ତି ଭରିଛି

ଦେଶର ଶାସନ କଳ ସବୁ ଜାଣି 

ନୀରବ ରହୁଛି |୧|


କାନ୍ଦୁଚି ଗରିବ ମନୁଷ୍ୟ, ମନେ 

ଅଛି ଆଶା ଭରସା

ବାପୁ ତୁମେ ଏବେ ଫେରିଆସ, 

କବି କଲମର ଭାଷା |୨|


ରାବଣକୁ ପୋଡ଼ିଦେବା ନାଟକ 

ପ୍ରତି ବରଷ ଚାଲିଛି

ରାବଣ ବାଣ, ବାଜାରେ ଆନନ୍ଦ

ରେ ନାଟକ ରଚୁଛି |୩|


ଏମିତି ନାଟକ କରି ରାବଣ ପ୍ରଜା

କୁ ଠକିବ ଭାବୁଛି

ମୁହଁରେ ହସ ଅନ୍ତରରେ ବିଷ ଯୁଗେ

 ଯୁଗେ ଧରା ପଡିଛି |୪|


ବେଶୀ ଦିନ ଅବହେଳିତ ପ୍ରଜା 

ରହିବେନି ହୋଇ ତ୍ରସ୍ତ

ଦୁନିଆରେ ଅତ୍ୟାଚାରିତ ମଣିଷ 

ଶୋଷକକୁ କରିବ ଅନ୍ତ |୫|


ସଂସାରରେ ଉତ୍ତର ପ୍ରତ୍ୟୁତ୍ତର ତ 

ସତ୍ୟ ଓ ବିଜ୍ଞାନ ସମ୍ମତ

ଧଳା ହାତୀ ରାଜୁତି ଓ କଳୁଷର 

ବିଲୟ ତ ବୈଜ୍ଞାନିକ ତତ୍ତ୍ୱ |୬|


Rate this content
Log in

Similar oriya poem from Abstract