Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanta kumar Hota

Romance Tragedy

3  

Prasanta kumar Hota

Romance Tragedy

କଳ୍ପନାର ଗୀତ - ୬୦

କଳ୍ପନାର ଗୀତ - ୬୦

1 min
269


ସ୍ଵପ୍ନ ଲାଗେ ଆଜି ତୁମେ ନାହଁ ବୋଲି

ତୁମ ସ୍ମୃତି ଅନୁପମା

ତୁମକୁ ଝୁରୁଛି ଏ ଘର ଦୁଆର

ତୁମ ହାତ ସବୁଜିମା ।

ତୁମେ ଥିଲ ମୋର ସ୍ଵପ୍ନ ସିତକର

ପ୍ରଶାନ୍ତ ପବନ ଢେଉ

ବୋହିଗଲେ ଥରେ ବୋହି ନେଇଯାଏ

ଅଶାନ୍ତ ମନର କୁହୁ ।

ତୁମ ସ୍ନେହ ଡାକ ଭୁଲି ମୁଁ ପାରୁନି

ଏବେ ବି ସପନେ ଆସେ

ତୁମ ମିଠା କଥା ସ୍ୱାଦ ଭରା ମହୁ

ମଧୁଗନ୍ଧ ପରି ବାସେ ।

ଏ ଘର ଅଗଣା ଖୋଜୁଛି ତୁମକୁ

ସପନରେ ପାଏ ପାଖେ

ତୁମ ପ୍ରିୟ ଯାହା ସ୍ମୃତି ରେ ସାଇତେ

ସପନରେ ସବୁ ଦେଖେ ।

ତୁମ ହାତରନ୍ଧା କିଏ ଦେବ ମୋତେ

ସପନରେ ଯାହା ପାଏ

ପ୍ରାଚୁର୍ଯ୍ୟ ପଡିଛି ପରିତୃପ୍ତି ନାହିଁ

ସପନରେ ଆଶା ରହେ ।

ସ୍ଵପ୍ନ ଆଜି ମୋର ସ୍ମାରକ ପରାୟ

ସ୍ମୃତି ସ୍ତମ୍ଭ ପରି ଗୋଟେ

ତୁମଠାରେ ଶ୍ରଦ୍ଧା ହେଲାକି ଶରଧା

ପାଇବାକୁ ବାଲି ମୁଠେ ।


ପ୍ରଶାନ୍ତ କୁମାର ହୋତା

ସ୍ଵପ୍ନ ଆଜି ମୋର ସାଜିଛି


Rate this content
Log in