କଳ୍ପନା
କଳ୍ପନା
ଖୋଲା ମେଲା ଆକାଶ ଟା
ଦେଖୁଥାଏ ଓଦା ମାଟିତଳ
କଳ କଳ ଛଳଛଳ
ବହୁଥାଏ ସୁନା ନଦୀଜଳ l
ପ୍ରଜାପତି ଉଡୁଥିବ
ଏଫୁଲ ସେଫୁଲ
କଅଁଳ ସୁରୁଜ ରଙ୍ଗ ବୁଣୁଥିବ
ମୁରୁଜର ଝୋଟି l
ଗଛ ବୃଛ ଫାଙ୍କ ଦେଇ
ଖରା ଦେଖେ ଆଖି କୁ ତରାଟି
ମନ୍ଦମନ୍ଦ ସମୀରଣ
ବହୁଥିବ ଯେବେ l
ପାହାଡ଼ ସେପାଖେ ଦେଇ
ସୁରୁଜ ବି ଲୁଚୁଥିବ
ସନ୍ଧ୍ୟା ନଇଁ ଆସୁଥିବ ତେବେ
କଳାକିଟିମିଟି ସେହି l
ଅନ୍ଧାର ରାତିରେ
ତୁମେ କାହିଁ ମନେପଡେ
କୋହ ଛାତି ତଳେ l
ଖୋଲା ଆକାଶ ଆଉ
ଓଦା ମାଟିତଳ
ଆଖି ବୁଜି ଦେଲେ ଦିଶେ
କଳ୍ପନା ର ଘର।।