STORYMIRROR

Puspanjali Panda

Abstract

3  

Puspanjali Panda

Abstract

କଳ୍ପନା

କଳ୍ପନା

1 min
192

ଖୋଲା ମେଲା ଆକାଶ ଟା 

ଦେଖୁଥାଏ ଓଦା ମାଟିତଳ

କଳ କଳ ଛଳଛଳ

ବହୁଥାଏ ସୁନା ନଦୀଜଳ l

ପ୍ରଜାପତି ଉଡୁଥିବ

ଏଫୁଲ ସେଫୁଲ

କଅଁଳ ସୁରୁଜ ରଙ୍ଗ ବୁଣୁଥିବ

ମୁରୁଜର ଝୋଟି l

ଗଛ ବୃଛ ଫାଙ୍କ ଦେଇ

ଖରା ଦେଖେ ଆଖି କୁ ତରାଟି

ମନ୍ଦମନ୍ଦ ସମୀରଣ

ବହୁଥିବ ଯେବେ l

ପାହାଡ଼ ସେପାଖେ ଦେଇ

ସୁରୁଜ ବି ଲୁଚୁଥିବ

ସନ୍ଧ୍ୟା ନଇଁ ଆସୁଥିବ ତେବେ

କଳାକିଟିମିଟି ସେହି l

ଅନ୍ଧାର ରାତିରେ

ତୁମେ କାହିଁ ମନେପଡେ

କୋହ ଛାତି ତଳେ l

ଖୋଲା ଆକାଶ ଆଉ

ଓଦା ମାଟିତଳ

ଆଖି ବୁଜି ଦେଲେ ଦିଶେ

କଳ୍ପନା ର ଘର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract