STORYMIRROR

Samar Ballav Bhoi

Romance Inspirational

3  

Samar Ballav Bhoi

Romance Inspirational

କଳ୍ପନା

କଳ୍ପନା

1 min
145


ସଦ୍ୟ ରାତ୍ରିର ଶାନ୍ତ ପରିବେଶେ

ଉଜାଗର ହୋଇ

ଛିଡ଼ା ହୋଇଥିଲା ଏକ ହିମାଳୟ ପରି

କିଏ ସେ କେଜାଣି??

ପଚାରିଲି ? ଉତ୍ତର ନ ଆସେ

ଅଫୁଟା କୋମଳ ମୁଖ ମଣ୍ଡଳରୁ

ଭାବୁଥିଲା ବାର୍ତ୍ତା ସମୀରଣେ

କହିବାକୁ କିଛି ହେଲେ 

କହି ନପାରେ ସେ

ସ୍ରଷ୍ଟାଙ୍କ ସୃଷ୍ଟିର କରମ ପାଇଁ

କଳ୍ପନାର ଭାରାକ୍ରାନ୍ତେ 

 "ନଯଯୌ ନତସ୍ତୌ"

ମନର ଦୁଃଖ ଯନ୍ତ୍ରଣାରେ

ମନେ ହେଉଥିଲା ମୋର କହିବାକୁ କିଛି

କିନ୍ତୁ ଯେଉଁ ପଦ୍ମ ପାଇଁ ନାହିଁ

ସଦ୍ୟ ପ୍ରଭାତର ସୁନେଲି କିରଣ

କ'ଣ କହିଲେ ଫୁଟିବ ସେ..... ??

କଳ୍ପନା ସୁନେଲି ରାଜ୍ୟରେ 

କଳ୍ପନା ସୂର୍ଯ୍ୟର ସୁନେଲି କିରଣ

ହୋଇଲେ ପତିତ......!


ହୋଇପାରେ ପ୍ରସ୍ଫୁଟିତ 

କିଏ କହିପାରେ...

କଳ୍ପନାର ଏକ କେନ୍ଦ୍ରିକ ବୃତ୍ତରେ 

ଦେଖିଲି ମୁଁ ନୟନ ପରିସରେ

ମନେ ହେଉଥିଲା ମୋର

ଆଙ୍କିବାକୁ ପ୍ରେମର ବ୍ୟାସାର୍ଦ୍ଧ

ପ୍ରେମର ମରୁଭୂମିରେ ଛିଡ଼ା ହୋଇ

ଡାକୁଥିଲା ଅତୃପ୍ତ ହୃଦୟକୁ

ମିଶିବାକୁ କଳ୍ପନାର ରୂପ ଦେଇ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance