କଳ୍ପା ଜୀବନ
କଳ୍ପା ଜୀବନ
ଜୀବନ୍ତ ହେବ ଯେବେ
ପ୍ରିତୀର ପରାଣ
ଉଚ୍ଚ ସ୍ୱରେ ଧ୍ୱନି ଦେବ
ଜାଗିବ ଜୀବନ ll
ସ୍ଥାଣୁ ପାଲଟିଛି ଆଜି"ମୋ
ସହରର ଆଶା
ଦୀର୍ଘ ଦିନ ପ୍ରତୀକ୍ଷା ରେ
ବିତାଇଛି ନିଶା ll
ବ୍ୟସ୍ତ ନୁହେଁ" ପ୍ରହେଳିକା
ଅବାଞ୍ଛିତ ପଥ
ଥିବ ଯଦି ବିଶ୍ୱାସର
ଆଦେଖା ପଣତ ll
ଦୁରୁ ଆସି ସ୍ୱର୍ଗବାସୀ
ଅବାଞ୍ଛିତ ସ୍ବପନେ
ହାତ ଫେରି ଚାଲି'ଜାନ୍ତା
ନ କହି ଗୋପନେ ll
ମାତ୍ର ଯଦି ମିଳେ ପ୍ରିତୀ
ଅ'ମଗା ଭାବ'ରେ
ହୃତ୍ପିଣ୍ଡେ ପ୍ରାଣ ପଶେ
ନିଶି ଉଜ୍ୟୋଗରେ ll
ସ୍ବପ ନ'ହେ ସତ୍ୟ ସିନା
ଆଶ୍ୱାସନା ମିଳେ
ରାତି ଦି ଘଡିକ ପାଇଁ
ଭାଵ'ଭୁତି ଖେଳେ ll
"ଝଞ୍ଜଟ" ଭାଷାର ବୃଥା
ଉଦ୍ବେଳନ ନ'ନ୍ତl
ନିର୍ଯ୍ୟାତନାର କବଳୁ
ପ୍ରାଣ ଦୁରେ ଯା'ନ୍ତl ll

