STORYMIRROR

Hrushikesh Satpathy

Romance

3  

Hrushikesh Satpathy

Romance

କଳ୍ପ ଈଶ୍ୱରୀ

କଳ୍ପ ଈଶ୍ୱରୀ

1 min
246

ଭାଷାରେ ସିନା ମୁଁ ପାଉନି ତୁମକୁ

     ଭାବ ମୋ ତୁମରି 

     ଆଖି ଆଗରେ


ବନ୍ଧନଟି ସତେ ଶତ ଚିତ୍ରଲେଖା

     କଣେଇ,କଣେଇ 

     ଇସାରା କରେ


ଓଠର ଭାଷା ତ ଓଠରେ ହଜୁଛି

      ଆଖି ଅଶ୍ରୁଧାର 

      ଅଛପା ନୁହେଁ


ନିର୍ଲିପ୍ତ ନିର୍ଲିପ୍ତ ନମ୍ର ନିବେଦନେ

     ଅବାରିତ ହୋଇ 

     ନୀରବେ ବହେ


କହିବି ଭାବୁଛି, କହି ପାରୁନାହିଁ

     ନୀରବ ରହି ବି 

      ରହି ପାରୁନି


ନୀରବ ଭାଷାକୁ ଦୂରେ ଦୂରେ ଥାଇ

      କେମିତି ବୁଝୁଛ,

      ବୁଝି ପାରୁନି


ଅନେକ ମୁହୂର୍ତ୍ତେ  ଉଙ୍କି ମାରୁଅଛି

      ସ୍ମୃତିରେ ତୁମରି 

      ମୁହଁ ଆଇନା


ଆଇନା ତ ଫିକା,ଫିକା ତା ଝଲକ

      ତୁମ ଝଲକରେ 

     ହଜେ ଗୋ ସୁନା


କେତେବେଳେ ତୁମ ଶବ୍ଦ ସବୁ ଆସି

    ମୋ' କାବ୍ୟପୃଷ୍ଠାରେ 

      ଉଙ୍କି ମାରନ୍ତି


ଆଉ କେତେବେଳେ ତୁମରି ସଙ୍ଗୀତ

     କାବ୍ୟଶ୍ରୀ କୋଳରେ 

       ସୁର ସଜାନ୍ତି


ଜାଣି,ବୁଝିଅଛି ମୋ' ନୀରବତାକୁ

      ଅଭିମାନ ଲଗ୍ନେ 

      ନେବନି କେବେ


ତଥାପି ଭାବୁଛି  ଅଭିମାନୀ,ତୁମ

     ସ୍ୱାଭିମାନ ସୁରେ 

     ଛନ୍ଦ ତୋଳିବେ


ରୁହ ଗୋ ମାନିନୀ,ସୂକ୍ଷ୍ମ ସୌଦାମିନୀ

     ଯାମିନୀ ଜୋଛନା 

       ଅନ୍ତରାଳରେ


ଲୁଚିବ ମୋ' ଦୁଃଖ ଭାଙ୍ଗି ନୀରବତା

       ଧାଇଁଯିବି ତୁମ 

      ସ୍ନିଗ୍ଧ ବେଳାରେ


ବେଳା ଯେ ତୁମରି ଅର୍କ ଉର୍ମି ପରି

      ପ୍ରଶାନ୍ତ,ପ୍ରସୂନ,

       ପ୍ରଥିତଯଶା


ଉଷା ଉର୍ବଶୀ ଗୋ ଅଙ୍କେ ଅଭିଷିକ୍ତ

     ହୋଇ ରହିବି ମୁଁ 

      ବାନ୍ଧିଛି ଆଶା


ସୁଦୂର ସୁନ୍ଦରୀ    ବିଦର୍ଭ ବଲ୍ଲରୀ

      କଳ୍ପନା କୁମାରୀ 

      କଳ୍ପ ଈଶ୍ୱରୀ


ଦୁର୍ଲଭ ଦୁଲାଳୀ ଅଗୋ ଦିବ୍ୟେଶ୍ବରୀ

     ମୋ'କଳ୍ପକୋଳର 

     ନୈବେଦ୍ୟ ନାରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance