କଳ୍ପ ବଟେ ତୋର ବାନ୍ଧିଲି ଡୋର
କଳ୍ପ ବଟେ ତୋର ବାନ୍ଧିଲି ଡୋର
କଳ୍ପ ବଟେ ତୋର ବାନ୍ଧିଲି ଡୋର
କହଇ କାଳିଆ କର ଉଦ୍ଧାର ।
କମ୍ପ ଘନ ଘନ ହୁଏ ଶରୀର
କାୟା କୁ ଏଣୁ କି ମନ୍ତ୍ର ରେ କିଳ ।
କ।ଳ।ନଳ କାଳ କଣ୍ଟକ ଦାଉ
କର କ୍ଷୟ ମୋର ହେ ମହା ପ୍ରଭୁ ।
କଳ୍ପ ବଟେ ତୋର ବାନ୍ଧିଲି ଡୋର
କଳ୍ପନା ଚିତ୍ରିତ ଯାହା ସୁଦୂର ।
କାଳ କୋଳେ ଲୀଳା ଚଳେ ମୋହର
କହଇ ଭକତ ଉଦ୍ଧାର କର ।
କୃପା କର ମୁଁହି ଭକତ ତୋର
କଳ୍ପ ବଟେ ତୋର ବାନ୍ଧିଲି ଡୋର ।
କେଡେ ଭୟ ଙ୍କର ଦିଶେ ସଂସାର
କେସନ ଜୀବନ ଯାପନ କାଳ ।
କରିବି ଆନନ୍ଦ , ହରଷ ମୟ
କଷ୍ଟ , ଯନ୍ତ୍ରଣା, ଓ ଦାହ ଆମୟ ।
କଲ ବଲ କରି ମାରଇ ନିତ୍ୟ
କାକୁସ୍ଥ ରେ ଯାପୁ ଅଛି ସମୟ ।
କଳ୍ପ ବଟେ ତୋର ବାନ୍ଧିଲି ଡୋର
କହଇ ରେ ମନ ମୋ ବୋଲ କର ।
କଳ୍ପନା ଚିତ୍ରିତ କରେ ସଂସାର
କାମନା ବାସନା, ଆଶା ସଞ୍ଚାର ।
କରଇ ବର୍ଣ୍ଣାଢ଼୍ୟ ଉତ୍ସବ ମାଳା
କଷ୍ଟ ଯନ୍ତ୍ରଣା ର ଭୀଷଣ ଜାଳ। ।
କୂଟ କପଟ ଚକ୍ରାନ୍ତ ଚଳାଇ
କାଳ କୋଳେ ଲୀଳା ନୃତ୍ୟ ଖେଳାଇ ।
କୋଳାହଳ ରଚି କେତେ ଯେ ଭାବ
କରି ଚାଲେ ତୀବ୍ର କାଳ ଉଦ୍ଭବ ।
କଳ୍ପନା କୌତୁକେ କାଳ ବିପୁଳ
କଳନା ବିହୀନ ଭାବ ଅତୁଳ ।
କେତେ ମତେ ଦୁଃଖ ଶୋକ ବରଷି
କାମର ତାଲିକା ଯାଏ ପରଶି ।
କଳ୍ପ ବଟେ ତୋର ବାନ୍ଧିଲି ଡୋର
କହଇ କାଳିଆ ସାଆନ୍ତ ତୋର ।
କରୁଣା ରେ ଭକ୍ତି ଭାବ ତୁ ଢାଳି
କଷ୍ଟ ଯାତନା ରୁ କର ହେ , ପାରି ।
କଳ୍ପନା ସଙ୍କଳ୍ପେ କଳପ ଗଢ଼ା
କାମନା ପୂରଣ ପାଇଁ କି ପୀଡା ।
କେତେ ସ୍ବପ୍ନ ମୟୀ ଭାବ ସମ୍ଭାର
କଳନା ବିହୀନ ସ୍ରୋତ ର ଧାର ।
କରି ଚାଲି ଅଛି ଗତି ନୀୟତ
କେ କରିବ ଅବା ତାହା ଆୟତ୍ତ ।
କଳ୍ପନା ମାୟା ର ଜାଲ ରେ ମୋହ
କରି ମରୀଚିକା ପଛେ ଅସହ୍ୟ ।
କଷ୍ଟ, ପୀଡ଼ା, ତାପ ପ୍ରବାହ ଭୀତି
କାନ୍ଦଣା, ବିଳାପ, ଚଳାଏ ନିତି ।
କୃପା କର ଆହେ କାଳିଆ ତୁହି
କୃପା ରେ କୃପଣ ହେଉ କି ପାଇଁ ।
କଳ୍ପ ବଟେ ତୋର ବାନ୍ଧିଲି ଡୋର
କଳ୍ପନା ମାୟା ରୁ କର ଉଦ୍ଧାର ।

