STORYMIRROR

Satyanarayan Sahoo

Romance Action Classics

4  

Satyanarayan Sahoo

Romance Action Classics

କଳ୍ପ ବଟେ ତୋର ବାନ୍ଧିଲି ଡୋର

କଳ୍ପ ବଟେ ତୋର ବାନ୍ଧିଲି ଡୋର

1 min
298


କଳ୍ପ ବଟେ ତୋର ବାନ୍ଧିଲି ଡୋର

କହଇ କାଳିଆ କର ଉଦ୍ଧାର ।

କମ୍ପ ଘନ ଘନ ହୁଏ ଶରୀର

କାୟା କୁ ଏଣୁ କି ମନ୍ତ୍ର ରେ କିଳ ।

କ।ଳ।ନଳ କାଳ କଣ୍ଟକ ଦାଉ

କର କ୍ଷୟ ମୋର ହେ ମହା ପ୍ରଭୁ ।

କଳ୍ପ ବଟେ ତୋର ବାନ୍ଧିଲି ଡୋର

କଳ୍ପନା ଚିତ୍ରିତ ଯାହା ସୁଦୂର ।

କାଳ କୋଳେ ଲୀଳା ଚଳେ ମୋହର

କହଇ ଭକତ ଉଦ୍ଧାର କର ।

କୃପା କର ମୁଁହି ଭକତ ତୋର

କଳ୍ପ ବଟେ ତୋର ବାନ୍ଧିଲି ଡୋର ।

କେଡେ ଭୟ ଙ୍କର ଦିଶେ ସଂସାର

କେସନ ଜୀବନ ଯାପନ କାଳ ।

କରିବି ଆନନ୍ଦ , ହରଷ ମୟ

କଷ୍ଟ , ଯନ୍ତ୍ରଣା, ଓ ଦାହ ଆମୟ ।

କଲ ବଲ କରି ମାରଇ ନିତ୍ୟ

କାକୁସ୍ଥ ରେ ଯାପୁ ଅଛି ସମୟ ।

କଳ୍ପ ବଟେ ତୋର ବାନ୍ଧିଲି ଡୋର

କହଇ ରେ ମନ ମୋ ବୋଲ କର ।

କଳ୍ପନା ଚିତ୍ରିତ କରେ ସଂସାର

କାମନା ବାସନା, ଆଶା ସଞ୍ଚାର ।

କରଇ ବର୍ଣ୍ଣାଢ଼୍ୟ ଉତ୍ସବ ମାଳା

କଷ୍ଟ ଯନ୍ତ୍ରଣା ର ଭୀଷଣ ଜାଳ। ।

କୂଟ କପଟ ଚକ୍ରାନ୍ତ ଚଳାଇ

କାଳ କୋଳେ ଲୀଳା ନୃତ୍ୟ ଖେଳାଇ ।

କୋଳାହଳ ରଚି କେତେ ଯେ ଭାବ

କରି ଚାଲେ ତୀବ୍ର କାଳ ଉଦ୍ଭବ ।

କଳ୍ପନା କୌତୁକେ କାଳ ବିପୁଳ

କଳନା ବିହୀନ ଭାବ ଅତୁଳ ।

କେତେ ମତେ ଦୁଃଖ ଶୋକ ବରଷି

କାମର ତାଲିକା ଯାଏ ପରଶି ।

କଳ୍ପ ବଟେ ତୋର ବାନ୍ଧିଲି ଡୋର

କହଇ କାଳିଆ ସାଆନ୍ତ ତୋର ।

କରୁଣା ରେ ଭକ୍ତି ଭାବ ତୁ ଢାଳି 

କଷ୍ଟ ଯାତନା ରୁ କର ହେ , ପାରି ।

କଳ୍ପନା ସଙ୍କଳ୍ପେ କଳପ ଗଢ଼ା

କାମନା ପୂରଣ ପାଇଁ କି ପୀଡା ।

କେତେ ସ୍ବପ୍ନ ମୟୀ ଭାବ ସମ୍ଭାର

କଳନା ବିହୀନ ସ୍ରୋତ ର ଧାର ।

କରି ଚାଲି ଅଛି ଗତି ନୀୟତ

କେ କରିବ ଅବା ତାହା ଆୟତ୍ତ  । 

କଳ୍ପନା ମାୟା ର ଜାଲ ରେ ମୋହ

କରି ମରୀଚିକା ପଛେ ଅସହ୍ୟ ।

କଷ୍ଟ, ପୀଡ଼ା, ତାପ ପ୍ରବାହ ଭୀତି

କାନ୍ଦଣା, ବିଳାପ, ଚଳାଏ ନିତି ।

କୃପା କର ଆହେ କାଳିଆ ତୁହି

କୃପା ରେ କୃପଣ ହେଉ କି ପାଇଁ ।

କଳ୍ପ ବଟେ ତୋର ବାନ୍ଧିଲି ଡୋର

କଳ୍ପନା ମାୟା ରୁ କର ଉଦ୍ଧାର ।


Rate this content
Log in

Similar oriya poem from Romance