STORYMIRROR

Sabita Nayak

Romance

3  

Sabita Nayak

Romance

କଳଙ୍କିନୀ

କଳଙ୍କିନୀ

1 min
342


ରାଧା ସମର୍ପଣ କାହ୍ନୁ ପ୍ରୀତି ପାଇଁ

ଗୋପରେ ପଡିଲା ହୁରି

ଚନ୍ଦ୍ରସେଣା ପତ୍ନୀ କାହ୍ନା କାହ୍ନା ହୁଏ

ରାଧା ହେଲା କଳଙ୍କିନୀ।


ମନ ଦେଇଥିଲା କାଳିଆ କାହ୍ନାକୁ

କାହ୍ନା ଗଲା ଗୋପଛାଡି

ମୋହନର ପ୍ରୀତି ଅଧା ଅଧୁରା ଲୋ

ପାରେନାହିଁ ରାଧା ଭୁଲି।


ଶାଶ୍ବତପ୍ରେମର ଅକ୍ଷୟ କୀରତି

ଯୁଗେ ଯୁଗେ ଗଲା ରହି

ପ୍ରେମ ଖୋଜେ ନାହିଁ ଦେହର ମିଳନ

ଆତ୍ମାର ମିଳନ ଏହି।


ମୀରା ସମର୍ପିତ ଗିରିଧର ପାଦ

ଛାଡି ସଂସାରର ସୁଖ

କୃଷ୍ଣ କୃଷ୍ଣ ଜପି ପାଆନ୍ତି ଆନନ୍ଦ

ସହି ନିନ୍ଦା ଅପବାଦ।


ମୀରା କଳଙ୍କିନୀ ରାଧା କଳଙ୍କିନୀ

ମୋ ଦେହେ କଳଙ୍କ ଲାଗୁ

କାହ୍ନୁ ତୋର ପ୍ରୀତି ବୋଳିଦେରେ ଦେହେ

ମନ ସଦା କୃଷ୍ଣ ଜପୁ।


ମୋହିନୀ ଚନ୍ଦ୍ରମା ଆକାଶେ ହସଇ

କୁମୁଦର ମୁଖଚାହିଁ

କୁହଲୋ ଚନ୍ଦ୍ରମା ତୋ ଦେହେ କଳଙ୍କ

କିଏ ସେ ବୋଳିଲା କାହିଁ?


ଲକ୍ଷ୍ମୀ ସାଆନ୍ତାଣୀ କଳଙ୍କିନୀ ହେଲେ

ଚାଣ୍ଡାଳୁଣି ଭକ୍ତି ପାଇଁ

ବୁଝିଲି ଏଥର କଳଙ୍କର ମାନେ

ଶୁଦ୍ଧପ୍ରେମ ପରା ଏହି।


ଗୋଲାପ ଫୁଲଟି ପ୍ରେମର ପ୍ରତୀକ

ସୁକୁମାରୀ ସୁହାସିନୀ

ତଥାପି ତା' ଦେହେ କଣ୍ଟା ଲାଗିଥାଏ

ପ୍ରକୃତି ନିୟମ ମାନି।


ପୁରୁଷ ଦେହରେ କଳଙ୍କ ଲାଗେନି

ନାରୀ ହୁଏ କଳଙ୍କିନୀ

କିଛି ବି ପାପ ନ କରି ଅହଲ୍ୟା

ଋଷିଶ୍ରାପେ ସେ ପାଷାଣୀ।


ଯୁଗେ ଯୁଗେ ନାରୀ ପ୍ରେମ କରି କରି

ପାଏ କଳଙ୍କିନୀ ଆଖ୍ୟା

କୁହ ହେ ସମାଜ ପ୍ରେମରେ କଳଙ୍କ

କାହିଁ ପ୍ରେମୀ ପାଏ ବ୍ୟଥା?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance