କଳଙ୍କିନୀ
କଳଙ୍କିନୀ
କାନ୍ଦି କହୁଥାଏ କଳଙ୍କିନୀ ଆଜି
ଉତ୍ତର ଯେ କେହିଦିଅ
ଦୁନିଆ ଆଗରେ କଳଙ୍କିନୀ ମତେ
କିଏ ସଜେଇଲା କୁହ ।
ସଜ କଢି ପରି ଫୁଟୁଥିଲି ମୁଁହି
ସମାଜ ଯେ ଦେଲା ଦଳି
ନିଜ ସୁଖ ପାଇଁ କିଛି ଜଣ ମୋର
ଜୀବନକୁ ଦେଲେ ବଳି ।
ଖାଇଗଲେ ମୋର କଞ୍ଚା ମାଂସ ସବୁ
ଖୁସିରେ ତ ଚାଲିଗଲେ
କେବେ ବୁଲିକରି ଚିନ୍ତା କରିଛନ୍ତି
କେଉଁ ନାମ ଦେଇଗଲେ ।
ହଁ ହଁ ମୁଁହିଁ କଳଙ୍କିନୀ ଆଜି
ସମାଜରେ ହୋଇଅଛି
ନାରୀ ମାଂସ ଲୋଭୀ ମଣିଷଙ୍କ ପାଇଁ
ସବୁ ଯେ ବିକି ଦେଇଛି ।
ରାତି ଅନ୍ଧକାରେ ଜୀବନ ସଳିତା
ନିଆଁରେ ତ ଜାଳିଦେଲ
ନିଜ ଖୁସି ତୁମେ ପାଇଗଲା ପରେ
ଖୁସିରେ ତ ଚାଲିଗଲ ।
ଛିଣ୍ଡେଇ ଆଣିଲ ଅଗଣାରୁ ମତେ
ପାଦରେ ବି ଦଳିଦେଲ
ନଖର ଆଘାତେ ପାଖୁଡାକୁ ମୋର
ଗୋଟେ ଗୋଟେ ଛିଣ୍ଡେଇଲ ।
ସେହି ସମୟରେ ମଣିଷ ପଣିଆ
କେଉଁଆଡ଼େ ଯାଇଥିଲା
ଆଜି ଯେତେବେଳେ ବାସ ସରିଗଲା
କଳଙ୍କିନୀ ହୋଇଗଲା ।
କିଏ ଲେଖିଦେଲା ମଥାରେ ମୋହର
କଳଙ୍କିନୀର ଏ ଟୀକା
କାହା ପାଖେ ଅଛି ଉତ୍ତର ତ କୁହ
କିଏ ଦେଲା ମତେ ଧୋକା ।
କେତେ ସ୍ୱପ୍ନ ଥିଲା ଫୁଲ ହୋଇକରି
ଅଗଣାରେ ମୁଁହିଁ ଥିବି
କିଏ ଜାଣିଥିଲା କାଳଙ୍କିନୀ ହୋଇ
ରାସ୍ତା ଘାଟେ ବୁଲୁଥିବି ।
କହିବାକୁ ଆଜି ଖୁସି ଲାଗୁଅଛି
ସମସ୍ତଙ୍କୁ ସମାଜରେ
ଛାତିରେ ତ ହାତ ଦେଇକରି କୁହ
କରିଛ ଯାହା ଜୀବନରେ ।
ନାରୀ ମାଂସ ଲୋଭୀ ସେଇ ମାନଙ୍କୁ ମୁଁ
କଥା ଗୋଟେ ପଚାରୁଛୁ
କିଏ କଳଙ୍କିନୀ ବନେଇଲା ଆଜି
ଉତ୍ତର ଯେ ଚାହୁଁଅଛ ।