କଳଙ୍କ
କଳଙ୍କ


କପାଳେ କଳଙ୍କ କଳା ଟୀକା ନେଇ
କିପରି କାଟିବି ଦିନ
ଜୀବନର ଯଉଘରେ ଜଳିଯାଏ
ଯୌବନର ଅଭିମାନ।
ସମୟର ଶାପ ସମାପନ ପରେ
ସରିଗଲା ଶେଷକଥା,
ଶବ୍ଦଭେଦୀ ଏକ ସମ୍ବାଦ ସଂଘାତେ
ସ୍ୱଗତେ ଶୁଭୁଛି ବ୍ୟଥା।
ବଞ୍ଚିବାର ବାଧ୍ୟ ବିଷମ ବିପିନେ
ବିବସନା ହୁଏ ବୋଧ,
କଳଙ୍କର କୁଟ କୋରଡରେ କରେ
କରୁଣ ନୃତ୍ୟ କବନ୍ଧ।
ହାରିଯାଏ ହଟ ହୃଦୟ ହାକୁଟି
ହୃତ ହକଳା ତୁଠରେ,
ଝରିଯାଏ ଝୀନ ଜୁଈ ଝୁମ୍ପା ଆଜି
ଝୋଲା ଝୁଲା ଜୁଇ ପରେ।
ତୀବ୍ର ହେଉ ପଛେ କଳଙ୍କ ତରଣି
ତନୁ ତଟେ ଥାଉ କୀଟ,
ଠକିବା ଠିକିବା ପରେ ବି ବଞ୍ଚିଛି
ଭୁଲି କଳଙ୍କର ଚୋଟ।