କଳଙ୍କ
କଳଙ୍କ


ତିଅଣ ପୋଡ଼ିଲେ ଲାଗେନି ସୁସ୍ଵାଦୁ
ଯେତେ ଦେଲେ ଲଙ୍କା ମସଲା
ସେମିତି ଭାଇ ହେ ଚରିତ୍ର ଟା ଆମ
ଅଟଇ ଜୀବନ ପଲ୍ଲା ।।
ହୋଇ କଳା ଦାଗ ଆସଇ କଳଙ୍କ
କଳା ରଙ୍ଗ ବୋଲିବାକୁ
ମୂଳରୁ ସତର୍କ ରହିଲେ ସଭିଏଁ
ଆସିବନି ଜମା ପାଖକୁ ।।
ଘରର ଆଦର୍ଶ ସଂସ୍କାର କୁ ଘେନି
ଚାଲିଲେ ଜୀବନ ପଥେ ପାଖ ମାଡିିିିବନି କୁୁୁୁୁକର୍ମ ଗୁଡ଼ିକ
ଜୀବନ ରେ କେବେ ସତେ ।।
ସୁନ୍ଦରତା ପୂର୍ଣ୍ଣ ସୁଗୁଣେ ନିପୁଣ
<p> ହୋଇଥିଲେ ମଧ୍ୟ ଜନ
ଚରିିିିତ୍ର ଟା ଯଦି ଅସନା ହୋଇବ
ତୁଚ୍ଛ ତା'ର ସର୍ବ ଗୁଣ ।।
ଅଙ୍ଗୁଳି ଦେଖାଇ ହସିବା ସାହସ
ଦେବାନି କେବେ କାହାକୁ
ଅନ୍ୟ ର ତାଚ୍ଛଲ୍ୟ ଅଟହାସ୍ୟ ବାଣୀ
ପଡୁନାହୁଁ ଶୁଣିବାକୁ ।।
ଆମେ ଏ ମାଟିର ଗର୍ବ ଗଉରବ
ପୁଣି ଅଟୁ ସ୍ଵାଭିମାନ
ଚରିତ୍ର କୁ ଆମ ନିଷ୍କଳଙ୍କ ରଖି
ରଖିବା ଜାତିର ମାନ ।।