STORYMIRROR

RUNALAILA MOHANTA

Inspirational Others Children

3  

RUNALAILA MOHANTA

Inspirational Others Children

କଳିଯୁଗ

କଳିଯୁଗ

2 mins
321


    ସଂସାର ପୃଥିବୀ ଆକାଶ ଜୀବମଣ୍ଡଳ


      ସମ୍ପୂର୍ଣ୍ଣ ସୃଷ୍ଟି ଏ ବିଶ୍ଵ ବ୍ରହ୍ମାଣ୍ଡ


    ଦେଖୁଛୁ ଯାହା ସବୁତ ପ୍ରଭୁଙ୍କ ଦାନ


    ଏ ଧରା ରେ ଯେତେ ଜୀବନ୍ତ ଜାଣ


    ସଂଯୋଗ ଅଟେ ସବୁ କାଳ ପ୍ରକୃତିର


      ସତ୍ୟ ତ୍ରେତୟା ଦ୍ଵାପର କଳି


  ଗୋଟେ ପରେ ଗୋଟେ ଆସେ ଯୁଗର ପାଳି


  ଜାଣିଥିବ ସଭିଏଁ ନିଶ୍ଚିତ ଚାଲିଛି ଯୁଗ କଳିର


   ଦିନ ପରେ ଦିନ ବଢି ଚାଲିଛି ହାହାକାର


   ଥମିବ କି ନାହିଁ ନା ସବୁ ହୋଇବ ଶେଷ


   ଆଜିଯାଏ ମିଳି ନାହିଁ ସଠିକ ଉତ୍ତର ତାର


  ଘଟୁଛି ନିଇତି ଏ ଯୁଗେ କେତେ ଅତ୍ୟାଚାର


   ହତ୍ୟା ଡ଼କାୟତି ଧର୍ଷଣ ଲୁଣ୍ଠନ ଚୋରି


   ଥମିଲେ ଥମୁ ନାହିଁ ଏଠି କାହାର ଗତି


   ସଭିଏଁ କହୁଛନ୍ତି ଏ ପରା କଳି ର ଯୁଗ


   ଅନିଚ୍ଛା ସତ୍ତ୍ବେ ମଧ୍ୟ ଏହା ଘଟିବା ନିଶ୍ଚିତ


   ମନ ମୋ କହୁଛି ଏ ନୁହେଁ ଯୁଗ ର ନିଷ୍ପତି


   ସବୁ ତ ଏଠି ଆମ ନିଜ ନିଜ କରାମତି


   ଦିନକୁ ଦିନ ବଢୁଛି ଆମ ହିଂସ୍ର ମସ୍ତିଷ୍କ


 ପ୍ରାଣୀ ଜନ ହିତ ନାଁରେ ଚାଲିଛି କେତେ ଅନିଷ୍ଠ


  ଚାରି ଦିନର ଏ ଜୀବନ ସରିଯିବ କେଉଁଦିନ


   ତଥାପି ମଣିଷ ବ୍ୟବହାର କହୁଛି ଆଜି


  ରଜା ହେବ ସେ ବୋଧେ ଚାରିଯୁଗର ବୋଲି


   ଭାବୁଛି ଘଟିବ ନାହିଁ କେବେ ଅନ୍ତ ତାର


  ଜନମ ମରଣକୁ ଭୁଲି କରୁଛି ଅପବ୍ୟବହାର


     ଉଦ୍ଭିଦ ହେଉ କି ପ୍ରାଣୀ ଜଗତ


     ମଣିଷ ହେଉ କି ସ୍ୱୟଂ ଭଗବାନ


  କାହାକୁ ନ ଠକିଛି କୁହ ଏ ଯୁଗର ମାନବ


  ସଂସାରେ ଗଣା ସର୍ବୋତ୍କୃଷ୍ଟ ପ୍ରାଣୀ ବିଶେଷ


  ଯୁଗକୁ ଦୋଷ ଦେଇ ବୋଲାଉଛି ନିଜେ ତୁଚ୍ଛ


  ଅଜଣାରେ ଭୁଲ୍ ତ ହୁଏ ସଭିଙ୍କ ହାତରେ


  ସବୁ ଜାଣି ଘଟାଇଲେ କି ନାମ ଦେବ ତୁମେ


  ଏ ଅଜ୍ଞାନୀ ଅସ୍ଥାୟୀ ଦୁଃଖୀ ମାନବ ଗଣ


 ଭାବୁଛନ୍ତି ଜ୍ଞାନୀ ହୋଇ ରହିଥିବା ସ୍ଥାୟୀ ସବୁଦିନ


  ସବୁ ଯେ ଏ ମେଦିନୀ ପୃଷ୍ଠେ କ୍ଷଣ ଭଙ୍ଗୁର


ହେଉ ଯେଉଁ ଯୁଗ ପଛେ ସମସ୍ତେ ମରିବା ନିଶ୍ଚିତ


ଅଧର୍ମ ଠୁ ପାରିବା ଯେତେ ରହିବା ଦୂରେଇ ସେତେ


 ଧର୍ମ ପାଇଁ ଲଢ଼ି ଯାଉ ପଛେ ଜୀବନ ଚାଲି


 ନିଜେ ଶିଖିବା କିଛି ଅନ୍ୟକୁ ଶିଖାଇବା ବହୁତକିଛି


   ନ ଦେଇ କେବେ କଳି ଯୁଗ କୁ ଦୋଷ


   ସୁଧାରିବା ସଭିଏଁ ନିଜ ନିଜକୁ ଆଗ


   ଭାବିବାର ବୁଝିବାର ଅଛି ଶକ୍ତି ପ୍ରଖର


   ତାହେଲେ କରିବା ନାହିଁ କାଇଁ ତାର ଆଦର


   ନ ଦେବା ଆମେ କେଉଁ ଯୁଗ କୁ ଦୋଷ


   ବଢି ଚାଲିଛି ଏଠି ଆମ କର୍ମ ର ଫଳ


   ସତ କର୍ମ ସତ ଧର୍ମ ର କରିବା ଅନୁସରଣ


  ରହିବା ସବୁ ମିଳିମିଶି ହୋଇ ନିଜ ଭାଇଭାଇ


  ଅଛି ମୋର ସଭିଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ


  ଭାଇଭଉଣୀ ହୋଇ ଗଢିଦେବା ରାମରାଇଜ


   ରଖି ସମସ୍ତେ ନିଜ ମସ୍ତିଷ୍କ କୁ ସୁସ୍ଥ


   ଧୈର୍ଯ୍ୟର ସହ ରହିବା କର ଆଜି ସଂକଳ୍ପ


   ସଂସାର ମଙ୍ଗଳ ଯେବେ ଚାହିଁବା ସମସ୍ତେ


 ଏ ଯୁଗ ଆଗେଇବ ପକେଇ ସବୁ ଯୁଗକୁ ପଛେ ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational