STORYMIRROR

Lata Behera

Abstract

4  

Lata Behera

Abstract

କଳିଯୁଗ

କଳିଯୁଗ

2 mins
427


କଳିଯୁଗ କଥା କି କହିବି ଭାଇ

     ଘୂରି ଯାଏ ମୋର ମଥା

ପୁରାଣରେ କେତେ ବର୍ଣ୍ଣିତ ହେଇଛି

    ଏ କଳି ଯୁଗର ଗାଥା ।


ଯୁଗ ତ ଅଟଇ ଚାରି ଗୋଟି ଆମ

     ଶେଷରେ କଳି ରହିଛି

ପ୍ରଥମରେ ସତ୍ୟ ଦ୍ୱିତୀୟେ ତ୍ରେତୟା

    ତୃତୀୟେ ଦ୍ୱାପର ଅଛି ।


ଚାରି, ତିନି , ଦୁଇ ପାଦରେ ସରିଲା

     ସେଇ ଯୁଗ ତିନି ଗୋଟି 

ଏ କଳି ଯୁଗରେ କଳି ପାଦୁର୍ଭାବ 

    ବଢୁଅଛି ଜାଣିଛଟି ।


ପାପ ଭରା ଯେବେ ବଢି ଯାଇ ଥାଏ

    ପ୍ରଭୁ ନ୍ୟନ୍ତି ଅବତାର

ପାପକୁ ନାଶନ୍ତି ଧର୍ମକୁ ରଖନ୍ତି 

     ଦୁଷ୍ଟକୁ କରି ସଂହାର ।


ତିନି ଯୁଗ ଏହି ପରି ଚାଲି ଗଲା

    ଏବେ କଳି ଆସିଗଲା

ତିନି ପାଦ ଏଠି ଉଭାନ ହୋଇଲା

    ଏକ ପାଦ ରହି ଗଲା ।


ଏ ଯୁଗରେ ଘରେ ଘରେ କଳି ଚାଲେ

    ହେଲା କଳି ଯୁଗ ନାଆଁ 

ବାପ ଘର କଥା ଉଠି ଯିବ ଯେବେ

     ଗିଳି ଦେବେ ସିଧା ଗାଆଁ ।


କାହାକୁ ଖାତିରି କରନ୍ତିନି କେହି

     ଏଠି ସର୍ବେ ରାଜା ହ୍ୱନ୍ତି

ମାନ ମହତକୁ ବିକି ସେ ଖାଆନ୍ତି

     ନା କାହାକୁ ମାନି ଥାନ୍ତି ।


ଘର ବୋହୁମାନେ ନାଇଟ୍ ପିନ୍ଧିଣ

     ଫାଇଟ୍ ଯେ କରିଥାନ୍ତି 

ଘରରେ ସୋରିଷ ନ ଫୁଟୁଣ ଆସି

    ଦାଣ୍ଡେ ଗାଇ ଠିଆ ହ୍ୱନ୍ତି ।


ଗୁରୁଜନଙ୍କୁ ଯେ ବେଖାତିରି ଭାବ

      ମାନ ଥାନ ରଖନ୍ତ ନି

ଶାଶୁ ବୋହୁ କଳି ଏମିତି ଯେ କେହି

   କାହାକୁ ବି ମାନନ୍ତିନି ।


ଶାଶୁ ଚୁଟି ଧରି ବୋହୁ ଟାଣି ଟାଣି 

     ଦାଣ୍ଡରେ କଚାଡି ଦିଏ

କେଉଁଠି ବୋହୁକୁ ଶାଶୁ ପୋଡୁ ଥାଏ

     ସ୍ତ୍ରୀ ସ୍ୱାମୀ ମାରୁ ଥାଏ ।


କୁଳଲକ୍ଷ୍ମୀ କଳି ଯୁଗରେ କମ୍

     ଅଲକ୍ଷ୍ମୀ ଥାଆନ୍ତି ବେଶୀ

କଣ୍ଟାର ବାଡକୁ ଲୁଗାକୁ ଛାଟିଣ

     କଜିଆ କରନ୍ତି ବସି ।


ଅଧିକାଂଶ ନାରୀ ଲଜ୍ଜାହୀନା ହେଇ

     ଏତେ ତେଣେ ବୁଲୁଥାନ୍ତି 

ୟା କଥା ନେଇ ତା ଘରେ ଲଗାଇ 

     ପରିବାର ଭାଙ୍ଗି ଦ୍ୟନ୍ତି ।


କଳି ଯୁଗ ନାରୀ ମଥାରେ ଓଡଣୀ

      ଆଉ ଦେଖା ଯାଏ ନାହିଁ 

ଚୁଟିକୁ ଛାଡିଣ ଫେସନ ଦେଖାନ୍ତି 

     କହି କି ପାରିବ ରହି ।


ହାତେ ନାଲି ଶଙ୍ଖା ଦିଶେ ନାହିଁ ଓଠେ

     ଲିପିଷ୍ଟ ଝଟକୁ ଥାଇ

ସିନ୍ଦୂର ବଦଳେ ମଥାରେ ତାଙ୍କର 

     ଟିକିଲି ଥାଆନ୍ତି ନାଇ ।


ଦେଢଶୁର ଭାଇ ବୋହୁ ମାନନ୍ତିନି 

     କରୁଥାନ୍ତି ଠିଆ ପାଲା

ବିନମ୍ରତା ଭାବ ଲୋପ ପାଇଲାଣି

     ଭଲ ଲୋକ ଏଠି ମଲା ।


ଭଣ୍ଡ ସାଧୁ ବେଶୀ ଦେଖା ଯାନ୍ତି ଭଲ

     ସାଧୁ ବଳି ପଡି ଥାନ୍ତି 

ଠକ ବାବା ପାଇଁ ଭଲ ବାବା ଏଠି

    ଅବିଶ୍ବାସ ହେଇଯାନ୍ତି ।


ସତ୍ୟତା ନ ଥାଏ ଏ କଳି ଯୁଗରେ

    ଅବିଶ୍ବାସେ ଚାଲେ ଖେଳ 

ଟାଉଟର ଧପାବାଜି ବେଇମାନି 

     ବଢୁ ଥାଏ ବେଳୁ ବେଳ ।


ସାମାଜର ନୀତି ନିୟମ କଳିରେ

     ଲୋପ ପାଇ ଯାଉ ଥାଏ

ଭ୍ରଷ୍ଟାଚର ବେଶୀ କଳିରେ ହୁଅଇ

     କାହା ସାଥିରେ କିଏ ଯାଏ ।


ଘର ବୋହୁ ଜମା ଘରେ ରହେ ନାହିଁ 

    ଏଠିକି ସେଠିକି ଯାଏ

ମିଛ ଖଚ କହି ପଇସା ଆଣିଣ

     ନିଜକୁ ସଜେଉ ଥାଏ ।


କଳି ଯୁଗ ନାରୀ ବିଶ୍ୱାସ ନୁହଁନ୍ତି 

     ସ୍ଥାୟିତ୍ବ ତାଙ୍କର ନାହିଁ 

ନିଜ ସଂସାରକୁ ନିଜ ହାତେ ଭାଙ୍ଗି 

    ଦ୍ୟନ୍ତି ଥାନ୍ତି ସବୁ ଚାହିଁ ।


ନାରୀ ଧର୍ମ ବଳେ ରହଇ ଜଗତ

    ପାପ କର୍ମେ ବଂଶ ଶେଷ

ନାରୀ ଯୋଗୁଁ ବଢେ ଘରର ମର୍ଯ୍ୟଦା 

     ଲକ୍ଷ୍ମୀ ଥାଆନ୍ତି ଅବଶ୍ୟ ।


ଏବେବି କଳିରେ ଛନ୍ତି ସତୀ ନାରୀ

      ଛନ୍ତି କୁଳ ପତିବ୍ରତା

ତାଙ୍କ ପାଇଁ ଏଇ ଜଗତ ତିଷ୍ଠିଛି

     ଅଛନ୍ତି ଧର୍ମ ଦେବତା ।


ଏ କଳି ଯୁଗରେ ପୁରୁଷମାନେ ଯେ

    ଚୋରି ଦାରୀ କରୁ ଥାନ୍ତି 

ମିଛ ଭଣ୍ଡାମୀରେ ସମ୍ପତ୍ତି ଲୋଟନ୍ତି 

     ଅନ୍ୟକୁ କନ୍ଦେଇ ଥାନ୍ତି ।


ନାରୀର ମାୟାରେ ବାୟା ସେ ହୋଇଣ

     ଭିନ୍ନେ ବାରି ହେଇଥାନ୍ତି 

ଯୌଥ ପରିବାର କମ୍ ରହଇ

    ସମ୍ପର୍କ ଛିନ୍ନ କରନ୍ତି ।


ପିତା ମାତା ପାଖେ ପାତର ଅନ୍ତର

     କଳିରେ ଯେ ଦେଖାଯାଏ

ଲୋଚା ଚୋରା କାରବାର ଏ କଳିରେ

     ବହୁତ ଯେ ହେଇଥାଏ ।


ମୁଁ ଶଦ୍ଦ ଏଠି ବ୍ୟବହାର ହୁଏ

    ମନେ ଅହଂକାର ରହେ

ପରର ସମ୍ପତ୍ତି ଆତ୍ମସାତ ପାଇଁ 

     ଯୋଜନା ଚାଲଇ ବହେ ।


ଏ କଳି ଯୁଗରେ ନିଜ କର୍ମ ପାଇଁ 

    ଏ ମଣିଷ କଷ୍ଟ ପାଏ

ଅନ୍ୟାୟ ଅଧର୍ମ କରୁଥିବା ଯୋଗୁଁ 

     ଅଳ୍ପ ଆୟୁଷ ସେ ହୁଏ ।


କଳିରେ ନାରୀଙ୍କ ରାଜୁତି ତ ବେଶୀ

    ନାରୀକୁ ଡରନ୍ତି ନର

ତଥାପି ନାରୀ ଯେ ସୁରକ୍ଷିତ ନୁହେଁ 

    ହୁଅନ୍ତି ନାରୀ ସଂହାର ।


ଏଇ କଳି ଯୁଗ ମାଳିକାରେ ଭଲ

      ବର୍ଣ୍ଣିତ ହେଇଛି ଭାଇ

କୁଳ ଭୁଆଶୁଣୀ ଲଜ୍ଜା ମହତକୁ

      ପୂରା ପୂରି ଯିବେ ଖାଇ ।


ତିନି ଭାଗ ଏଠି ମିଛ ହେଇଥାଏ

     ଏକ ଭାଗ ସତ ଥାଏ

ସେଇ ସତ୍ୟ ପାଇଁ ସୂର୍ଯ୍ୟ ଚନ୍ଦ୍ର ଆତ

     ଯାତ ମର୍ତ୍ତ୍ୟେ ହେଇଥାଏ ।


 ଭଲ ଲୋକ ସତୀ ନାରୀ ପାଇଁ ବର୍ଷା 

     ମଳୟ ଯେ ବହୁ ଅଛି

ସେମାନଙ୍କ ପାଦେ ଏଇତ ଜଗତ

      ନତ ମସ୍ତକ ହେଇଛି ।


ଦେବା ଦେବୀଙ୍କୁ ଯେ ବିଶ୍ୱାସ କରିଣ

     କଳିରେ ଚାଲନ୍ତି ପଥ

ରକ୍ଷା କରୁ ଥାନ୍ତୁ ସାହା ବି ହୁଅନ୍ତି 

   ଭକ୍ତଙ୍କୁ ଶ୍ରୀ ଜଗନ୍ନାଥ ।



Rate this content
Log in

Similar oriya poem from Abstract