କଳିଯୁଗ
କଳିଯୁଗ
କଳିଯୁଗ କଥା କି କହିବି ଭାଇ
ଘୂରି ଯାଏ ମୋର ମଥା
ପୁରାଣରେ କେତେ ବର୍ଣ୍ଣିତ ହେଇଛି
ଏ କଳି ଯୁଗର ଗାଥା ।
ଯୁଗ ତ ଅଟଇ ଚାରି ଗୋଟି ଆମ
ଶେଷରେ କଳି ରହିଛି
ପ୍ରଥମରେ ସତ୍ୟ ଦ୍ୱିତୀୟେ ତ୍ରେତୟା
ତୃତୀୟେ ଦ୍ୱାପର ଅଛି ।
ଚାରି, ତିନି , ଦୁଇ ପାଦରେ ସରିଲା
ସେଇ ଯୁଗ ତିନି ଗୋଟି
ଏ କଳି ଯୁଗରେ କଳି ପାଦୁର୍ଭାବ
ବଢୁଅଛି ଜାଣିଛଟି ।
ପାପ ଭରା ଯେବେ ବଢି ଯାଇ ଥାଏ
ପ୍ରଭୁ ନ୍ୟନ୍ତି ଅବତାର
ପାପକୁ ନାଶନ୍ତି ଧର୍ମକୁ ରଖନ୍ତି
ଦୁଷ୍ଟକୁ କରି ସଂହାର ।
ତିନି ଯୁଗ ଏହି ପରି ଚାଲି ଗଲା
ଏବେ କଳି ଆସିଗଲା
ତିନି ପାଦ ଏଠି ଉଭାନ ହୋଇଲା
ଏକ ପାଦ ରହି ଗଲା ।
ଏ ଯୁଗରେ ଘରେ ଘରେ କଳି ଚାଲେ
ହେଲା କଳି ଯୁଗ ନାଆଁ
ବାପ ଘର କଥା ଉଠି ଯିବ ଯେବେ
ଗିଳି ଦେବେ ସିଧା ଗାଆଁ ।
କାହାକୁ ଖାତିରି କରନ୍ତିନି କେହି
ଏଠି ସର୍ବେ ରାଜା ହ୍ୱନ୍ତି
ମାନ ମହତକୁ ବିକି ସେ ଖାଆନ୍ତି
ନା କାହାକୁ ମାନି ଥାନ୍ତି ।
ଘର ବୋହୁମାନେ ନାଇଟ୍ ପିନ୍ଧିଣ
ଫାଇଟ୍ ଯେ କରିଥାନ୍ତି
ଘରରେ ସୋରିଷ ନ ଫୁଟୁଣ ଆସି
ଦାଣ୍ଡେ ଗାଇ ଠିଆ ହ୍ୱନ୍ତି ।
ଗୁରୁଜନଙ୍କୁ ଯେ ବେଖାତିରି ଭାବ
ମାନ ଥାନ ରଖନ୍ତ ନି
ଶାଶୁ ବୋହୁ କଳି ଏମିତି ଯେ କେହି
କାହାକୁ ବି ମାନନ୍ତିନି ।
ଶାଶୁ ଚୁଟି ଧରି ବୋହୁ ଟାଣି ଟାଣି
ଦାଣ୍ଡରେ କଚାଡି ଦିଏ
କେଉଁଠି ବୋହୁକୁ ଶାଶୁ ପୋଡୁ ଥାଏ
ସ୍ତ୍ରୀ ସ୍ୱାମୀ ମାରୁ ଥାଏ ।
କୁଳଲକ୍ଷ୍ମୀ କଳି ଯୁଗରେ କମ୍
ଅଲକ୍ଷ୍ମୀ ଥାଆନ୍ତି ବେଶୀ
କଣ୍ଟାର ବାଡକୁ ଲୁଗାକୁ ଛାଟିଣ
କଜିଆ କରନ୍ତି ବସି ।
ଅଧିକାଂଶ ନାରୀ ଲଜ୍ଜାହୀନା ହେଇ
ଏତେ ତେଣେ ବୁଲୁଥାନ୍ତି
ୟା କଥା ନେଇ ତା ଘରେ ଲଗାଇ
ପରିବାର ଭାଙ୍ଗି ଦ୍ୟନ୍ତି ।
କଳି ଯୁଗ ନାରୀ ମଥାରେ ଓଡଣୀ
ଆଉ ଦେଖା ଯାଏ ନାହିଁ
ଚୁଟିକୁ ଛାଡିଣ ଫେସନ ଦେଖାନ୍ତି
କହି କି ପାରିବ ରହି ।
ହାତେ ନାଲି ଶଙ୍ଖା ଦିଶେ ନାହିଁ ଓଠେ
ଲିପିଷ୍ଟ ଝଟକୁ ଥାଇ
ସିନ୍ଦୂର ବଦଳେ ମଥାରେ ତାଙ୍କର
ଟିକିଲି ଥାଆନ୍ତି ନାଇ ।
ଦେଢଶୁର ଭାଇ ବୋହୁ ମାନନ୍ତିନି
କରୁଥାନ୍ତି ଠିଆ ପାଲା
ବିନମ୍ରତା ଭାବ ଲୋପ ପାଇଲାଣି
ଭଲ ଲୋକ ଏଠି ମଲା ।
ଭଣ୍ଡ ସାଧୁ ବେଶୀ ଦେଖା ଯାନ୍ତି ଭଲ
ସାଧୁ ବଳି ପଡି ଥାନ୍ତି
ଠକ ବାବା ପାଇଁ ଭଲ ବାବା ଏଠି
ଅବିଶ୍ବାସ ହେଇଯାନ୍ତି ।
ସତ୍ୟତା ନ ଥାଏ ଏ କଳି ଯୁଗରେ
ଅବିଶ୍ବାସେ ଚାଲେ ଖେଳ
ଟାଉଟର ଧପାବାଜି ବେଇମାନି
ବଢୁ ଥାଏ ବେଳୁ ବେଳ ।
ସାମାଜର ନୀତି ନିୟମ କଳିରେ
ଲୋପ ପାଇ ଯାଉ ଥାଏ
ଭ୍ରଷ୍ଟାଚର ବେଶୀ କଳିରେ ହୁଅଇ
କାହା ସାଥିରେ କିଏ ଯାଏ ।
ଘର ବୋହୁ ଜମା ଘରେ ରହେ ନାହିଁ
ଏଠିକି ସେଠିକି ଯାଏ
ମିଛ ଖଚ କହି ପଇସା ଆଣିଣ
ନିଜକୁ ସଜେଉ ଥାଏ ।
କଳି ଯୁଗ ନାରୀ ବିଶ୍ୱାସ ନୁହଁନ୍ତି
ସ୍ଥାୟିତ୍ବ ତାଙ୍କର ନାହିଁ
ନିଜ ସଂସାରକୁ ନିଜ ହାତେ ଭାଙ୍ଗି
ଦ୍ୟନ୍ତି ଥାନ୍ତି ସବୁ ଚାହିଁ ।
ନାରୀ ଧର୍ମ ବଳେ ରହଇ ଜଗତ
ପାପ କର୍ମେ ବଂଶ ଶେଷ
ନାରୀ ଯୋଗୁଁ ବଢେ ଘରର ମର୍ଯ୍ୟଦା
ଲକ୍ଷ୍ମୀ ଥାଆନ୍ତି ଅବଶ୍ୟ ।
ଏବେବି କଳିରେ ଛନ୍ତି ସତୀ ନାରୀ
ଛନ୍ତି କୁଳ ପତିବ୍ରତା
ତାଙ୍କ ପାଇଁ ଏଇ ଜଗତ ତିଷ୍ଠିଛି
ଅଛନ୍ତି ଧର୍ମ ଦେବତା ।
ଏ କଳି ଯୁଗରେ ପୁରୁଷମାନେ ଯେ
ଚୋରି ଦାରୀ କରୁ ଥାନ୍ତି
ମିଛ ଭଣ୍ଡାମୀରେ ସମ୍ପତ୍ତି ଲୋଟନ୍ତି
ଅନ୍ୟକୁ କନ୍ଦେଇ ଥାନ୍ତି ।
ନାରୀର ମାୟାରେ ବାୟା ସେ ହୋଇଣ
ଭିନ୍ନେ ବାରି ହେଇଥାନ୍ତି
ଯୌଥ ପରିବାର କମ୍ ରହଇ
ସମ୍ପର୍କ ଛିନ୍ନ କରନ୍ତି ।
ପିତା ମାତା ପାଖେ ପାତର ଅନ୍ତର
କଳିରେ ଯେ ଦେଖାଯାଏ
ଲୋଚା ଚୋରା କାରବାର ଏ କଳିରେ
ବହୁତ ଯେ ହେଇଥାଏ ।
ମୁଁ ଶଦ୍ଦ ଏଠି ବ୍ୟବହାର ହୁଏ
ମନେ ଅହଂକାର ରହେ
ପରର ସମ୍ପତ୍ତି ଆତ୍ମସାତ ପାଇଁ
ଯୋଜନା ଚାଲଇ ବହେ ।
ଏ କଳି ଯୁଗରେ ନିଜ କର୍ମ ପାଇଁ
ଏ ମଣିଷ କଷ୍ଟ ପାଏ
ଅନ୍ୟାୟ ଅଧର୍ମ କରୁଥିବା ଯୋଗୁଁ
ଅଳ୍ପ ଆୟୁଷ ସେ ହୁଏ ।
କଳିରେ ନାରୀଙ୍କ ରାଜୁତି ତ ବେଶୀ
ନାରୀକୁ ଡରନ୍ତି ନର
ତଥାପି ନାରୀ ଯେ ସୁରକ୍ଷିତ ନୁହେଁ
ହୁଅନ୍ତି ନାରୀ ସଂହାର ।
ଏଇ କଳି ଯୁଗ ମାଳିକାରେ ଭଲ
ବର୍ଣ୍ଣିତ ହେଇଛି ଭାଇ
କୁଳ ଭୁଆଶୁଣୀ ଲଜ୍ଜା ମହତକୁ
ପୂରା ପୂରି ଯିବେ ଖାଇ ।
ତିନି ଭାଗ ଏଠି ମିଛ ହେଇଥାଏ
ଏକ ଭାଗ ସତ ଥାଏ
ସେଇ ସତ୍ୟ ପାଇଁ ସୂର୍ଯ୍ୟ ଚନ୍ଦ୍ର ଆତ
ଯାତ ମର୍ତ୍ତ୍ୟେ ହେଇଥାଏ ।
ଭଲ ଲୋକ ସତୀ ନାରୀ ପାଇଁ ବର୍ଷା
ମଳୟ ଯେ ବହୁ ଅଛି
ସେମାନଙ୍କ ପାଦେ ଏଇତ ଜଗତ
ନତ ମସ୍ତକ ହେଇଛି ।
ଦେବା ଦେବୀଙ୍କୁ ଯେ ବିଶ୍ୱାସ କରିଣ
କଳିରେ ଚାଲନ୍ତି ପଥ
ରକ୍ଷା କରୁ ଥାନ୍ତୁ ସାହା ବି ହୁଅନ୍ତି
ଭକ୍ତଙ୍କୁ ଶ୍ରୀ ଜଗନ୍ନାଥ ।
