STORYMIRROR

RAJANIKANT CHOUDHURY

Tragedy

3  

RAJANIKANT CHOUDHURY

Tragedy

କଳିଯୁଗ

କଳିଯୁଗ

1 min
138

ସବୁ ଲାଗେ ଆଜି ଶୂନ୍ୟତା ଖାଲି

  କିଛି ନାହିଁ ଏ ଜୀବନେ,

ଦୁଃଖ ଯନ୍ତ୍ରଣା ଛଳନା ଖାଲି ଯେ

   ପାଉଛି ମୁଁ ମନେ ମନେ।

କଳିର କରାଳ ମାଡ଼ି ଚାଲିଛି

   ବିବେକକୁ ମାରିଦେଇ,

ଏକତାର ବଳ ଭାଙ୍ଗି ଯାଇଛି

   କିଏ କାହାର ଯେ ଭାଇ।

ଦିନ ଦିନ ଧରି କାନ୍ଦୁଛି ମନ

   ନିର୍ଜନ କାନନେ ବସି,

ନିଜର ଏଠି ପର ହୋଇଗଲେ

   ମନରେ ନାହିଁ ଯେ ଖୁସି।

ଆନନ୍ଦ ଉଲ୍ଲାସ ଲାଗି ରହିଛି

   ଲୋକ ଦେଖିବାକୁ ଖାଲି,

ଜୀବନେ ଆଉ ଯେ ସରାଗ ନାହିଁ

   ବିବେକ ଯାଇଛି ଚାଲି।

କଳିଯୁଗ ଯେ ଆରମ୍ଭ ହୋଇଛି

   ମଣିଷ ପଣିଆ ନାହିଁ,

ନିଜ ଭିତରେ ନାହିଁ ଯେ ସମ୍ପର୍କ

   ସ୍ଵାର୍ଥକୁ ରହିଛି ଚାହିଁ।


Rate this content
Log in

Similar oriya poem from Tragedy