STORYMIRROR

Alaka Nanda

Comedy

4  

Alaka Nanda

Comedy

କଳି

କଳି

2 mins
168

ଗଞାଟିଏ କଲା କଳି କୁକୁଡ଼ା ସାଥୀରେ,

କୁକୁଡା ଆସିଲା ଲୁଗା ଭିଡି ତା ଅଣ୍ଟାରେ।


ଗଞା କହେ ମୋ ଡାକରେ ଉଠଇ ମାନବ

ରାତି ପାହିଲାଣି 'ବୋଲିଦିଏ ମୁ ଯେ ରାବ। 


ସୂରୁଜ ଦେବତା ଯେବେ ଢାଳନ୍ତି ଆଲୋକ

ଚାଳ ପରେ ବସି ଦିଏ ମୁଁ ମୋର ଡାକ ।


ତୁ କଣ କରୁ ଖାଲି ଦାନା ଖୁଂପୁ ଥାଉ 

ଏ ପିଣ୍ଡାରୁସେ ପିଣ୍ଡା ଖାଲି କୁଦୁ ଥାଉ।


ଗଳା ଖଙ୍କାରି କହିଲା କୁକ୍କୁଟୀ ରାଣୀ,

ଆଉ ବେଶୀ ଦେଖାଅନା ନିଜର ଫୁଟାଣି ।


କୁହ ଦିନଦିନ ଧରି ଅଣ୍ଡା ଦିଏ କିଏ

ସନ୍ତାନ ମାନଙ୍କୁ ଦୁନିଆ କୁ ଆଣେ କିଏ ।


ତାଙ୍କ କଥା କିଏ ବୁଝେ ଟିକିଏ ଭାବିଲ

ଛୁଆ ମାନେ କାହାପଛେ ଚାଲନ୍ତି କହିଲ ।


ବାପ ବୋଲି ମାନନ୍ତି କି ତୁମକୁ ସେ କେବେ

ମତେ ଛାଡି ଯାଆନ୍ତି କି ତୁମ ପାଖୁ କେବେ ।


ମୋ ପଛରେ ଚାଲିଥାନ୍ତି ଠୁକୁ ଠୁକୁ ହେଇ

ଆହାରକୁ ଦିଏ ବିଞ୍ଚି ଦିଅନ୍ତି ସେ ଖାଇ ।


ଦିନ ଯାକ କ'ଣ କର ମତେ ଟିକେ କୁହ

ଚାଳ ପରେ ବସି ଖାଲି ଗଳା ଫାଡୁଥାଅ।


ନ ହେଲେ ଆଉଗୋଟେ ଝଞ୍ଜା ପାଖୁଯାଇ,

ପଇସା ଲୋଭରେ କର ତା ସାଥେ ଲଢେଇ।


ଚିହିଙ୍କି ଆସିଲା ଗଞ୍ଜା ଚୂଡକୁ ଫୁଲାଇ

କଣ କହିଲୁ ମୁଁ କିଛି କରେ ନାହିଁ ।


କେମିତି କହିଲୁ ଚଣ୍ଡୀ କି ସାହସ ତୋର

ଲଢିବା କି ଚିଲ୍ଲେଇବା ହେଲା କାମ ମୋର।


ଗେରସ୍ତ ବୋଲି ଟିକେ ନାହିଁ ସନମାନ

ମାଟିରେ ମିଶାଇ ଦେଲୁ ଆଜି ମୋର ମାନ।


ଅଣ୍ଟାକୁ ହଲାଇ ହସି ପାଖକୁ ଆସିଲା

କୁକୁଡାରାଣୀ ଗଞ୍ଜା ଥଣ୍ଟେ ଥଣ୍ଟ ମିଶାଇଲା।


କହିଲା ପ୍ରୀୟେ,ଆମେ କାହିଁ କି ଲଢୁଛେ

ଆମ ଜୀବନର ଅନ୍ତ ଆମେ କି ଜାଣିଛେ ।


ଦାନା ପାଣି ଦେଇ ଜନେ ପାଳନ୍ତି ଆମକୁ

ତା ପରେ ମାରି ଦେଇ ଖାଆନ୍ତି ଆମକୁ।


ତେବେ କିଆଁ ଲଢିବା ହେ କୁହ ଗଞ୍ଜୁବାବୁ

ଜୀବନ ଡଙ୍ଗାକୁ କରି ପାରିବାକି କାବୁ ।


ମଣିଷ ହାତରେ ମରିବା ଆଜି ଅବା କାଲି

ମଣିଷ ନ ମାରିଲେ ମାରି ଦବ ମହାମାରୀ।


କଂସାଇ ଖାନାରେ ମରିବା କଂସାଇ ହାତରେ

ନ ହେଲେ ମରିକି ପଡିବା ବାଟରେ ଘାଟରେ।


ଗଞ୍ଜାଛୁଇଁ ଥଣ୍ଟ କୁକୁଡ଼ା ରାଣୀର

ଭାଷିଲେ କହିଲୁ ସତ ପ୍ରୀୟ ରାଣୀ ମୋର।


ଆମ ଜୀବନର ଡୋର ଆମ ହାତେ ନାହିଁ

ଲଢିବା ଦିହେଁ ଆମେ ଆଉ କାହିଁ ପାଇଁ ।


ଗଞ୍ଜୁବାବୁ ଚାଲି ଆଗେ ଚୂଡକୁ ଫୁଲାଇ

ପଛେ କୁକୁଡା ରାଣୀ ନତ ମୁଖ ହୋଇ।


ଶାବକ ଦଳଟି ଗଲେ ତାଙ୍କରି ପଛରେ

ପଡିବାକୁ ବଳି ଦିନେ ମଣିଷ ହାତରେ।


ମଣିଷ ହାତରୁ ବଞ୍ଚିଲେ ମହାମାରୀ ଆସ

ନେଇ ଯିବ ପ୍ରାଣ ତାଙ୍କ ଦେବ ତାଙ୍କୁ ଗ୍ରାସି ।



Rate this content
Log in

Similar oriya poem from Comedy