STORYMIRROR

Kalandi pal

Inspirational

3  

Kalandi pal

Inspirational

କଳି ଯୁଗେ ମଣିଷ ଜନ୍ମ

କଳି ଯୁଗେ ମଣିଷ ଜନ୍ମ

1 min
159


ସତ୍ୟ ଯୁଗେ ତପୀ ତ୍ରେତୟାରେ କପି

    ଦ୍ୱାପରରେ ଗୋପି ଗଣ

ନେଇ ଅବତାର    କେଳି କରୁଥିଲ

    ତୁମେ ପ୍ରଭୁ ନାରାୟଣ ।।


କଳି ଯୁଗେ ପାପି  ନୟନରେ ଦେଖି

    ହୋଇଗଲ ଦାରୁବ୍ରହ୍ମ

ସବୁ ତ ଦେଖୁଛ    ମଉନେ ବସିଛ

    ବୋଲାଉଛ ପରଂବ୍ରହ୍ମ ।।


ସତ୍ୟ ଯୁଗେ ମତ୍ସ୍ୟ   କଛପ ବରାହ

     ନୃସିଂହଙ୍କ ଅବତାର

କରି ସେ ଦର୍ଶନ   ଭବେ ତପୀଗଣ

    ଲଭିଥିଲେ ମୋକ୍ଷ ଦ୍ଵାର ।।


ତ୍ରେତାରେ ବାମନ  ରାମ ପର୍ଶୁରାମ

    ଅବତାର ନେଲ ହରି

ଧରି କପି ବଳ     ଅଧର୍ମ ନାଶିଲ

    ସର୍ବେ ଗଲେ ସ୍ୱର୍ଗପୁରି ।।


ଦ୍ୱାପରରେ କୃଷ୍ଣ     ବଳରାମ ଭ୍ରାତ

     ଶହ ଶହ ଗୋପି ସାଥେ

ସେ ଶାଶ୍ଵତ ପ୍ରେମେ ମଜ୍ଜି ଗୋପିମାନେ 

     ଚଳିଲେ ବୈକୁଣ୍ଠ ପଥେ ।।


ପୁଣ୍ୟ ଏକ ପାଦ   ପାପ ତିନି ପାଦ

    କଳିରେ ଗ୍ରାସେ ଜଗତ

ଦିବ୍ୟଜ୍ଞାନ ବିନା କେ ବୁଝି ପାରେନା

     ଦାରୁ ବ୍ରହ୍ମଙ୍କ ମହତ୍ତ୍ଵ ।।


ଯାହା ନ ଦେଖିଲେ ସତ୍ୟ ତ୍ରେତୟାରେ

     ଦ୍ୱାପରରେ ଭକ୍ତ ଗଣ

ହୋଇ ଦାରୁ ବ୍ରହ୍ମ    ଦେଉଛ ଦର୍ଶନ

     ବସି ରତ୍ନ ସିଂହାସନ ।।


ମଣିଷ ଜନ୍ମରେ     ଜନମି କଳିରେ

      ମଣୁଛି ନିଜକୁ ଧନ୍ୟ

ରତ୍ନ ସିଂହାସନେ ଦେଖେ ମୁଁ ନୟନେ

      ନବ ଅବତାର ତୁମ ।।


କଳିଯୁଗେ ବାରେ   ବୁଦ୍ଧ ଅବତାରେ

     କରିଲ ଧର୍ମ ପ୍ରଚାର

ଚାହିଁଛି ଏ କଳି     ଆସ ଅବତରି

     ଧରି କଳ୍କୀ ଅବତାର ।।


ପୂର୍ଣ୍ଣାଙ୍ଗ ହୋଇବ   ଏଠି କଳିଯୁଗ

    ମ୍ଲେଛ ହୋଇବେ ସଂହାର

ନୂଆ ଦୁନିଆଁର    ସୁରୂଜ ଉଇଁବ

    ହୋଇବ ସୃଷ୍ଟି ସାକାର ।।



Rate this content
Log in

Similar oriya poem from Inspirational