କ୍ଳାନ୍ତ ଗୋଧୂଳି
କ୍ଳାନ୍ତ ଗୋଧୂଳି
କ୍ଲାନ୍ତ ଗୋଧୂଳି ମୁଁ ବୟସେ ଶିଉଳି
ଭାଙ୍ଗିଯାଇନାହିଁ କେବେ
କବିତା ଲେଖିବା ନିଶା ଓ ପେଶାରେ
ଆନମନା ହୁଏ ଯେବେ ।
ତୁମ ଚକା ଚକା ଆଖି ନିଏ ମତେ ଡାକି
ଅପରାହ୍ନେ ସାୟାହ୍ନ ଭାବେ
ଦୁନିଆଁ ଦାଣ୍ଡରେ କେହି ନାହିଁ ହରି ତୁମ
ସମ ସରି ଏବେ ଏବେ ।
ଜୀବ ଯିବା ବେଳେ ତୁମ ନାମ ଗାଇ ଗାଇ
ସ୍ବର୍ଗଦ୍ୱାର ଯିବି ତେବେ
ବୟସ କୃଷ୍ଣଚୁଡାରେ ଅନେକ ସ୍ମୃତି ପକ୍ଷୀ
ତୁମେ ଏକା ମୋ ଦଦରା ନାବେ ।
ପାଶେ ପାଶେ ରହି ବାଟ ନିଅ କଢେଇ ପ୍ରଭୁ
ବାଟବଣା ହୁଏ ଯେବେ
ତୁମ ଦୟା କରୁଣା ଅଜାଚିତ ସ୍ନେହ ପ୍ରେମ
ମୋ ଜୀବନ ସଉଦା ଭାବେ ।
ଭାବ ଭକତି ଛଡା ତୁଳସୀ ଚନ୍ଦନ ଅଗରୁ
କସ୍ତୁରୀ ଦେବି ଭାବେ ଯେବେ
ମୋ ମନ ଅଗଣା ମହକି ଉଠଇ ପ୍ରେମରେ
କି ଦେଇପାରିବି ତୁମକୁ ଏବେ ।
ମରିଗଲା ପରେ ସରଗ ଦୁଆରେ ଉଭା ହେଲେ
ମୋକ୍ଷ ମିଳିଯିବ ମତେ ଭାବେ
ତୁମେ ତ ଦୁଃଖୀର ତୁମେ ବି ସୁଖିର ନାଥ
ଅରକ୍ଷ ରକ୍ଷକ ଏ ଭବେ ।
