କଳାମେଘ
କଳାମେଘ
ମନ ଅଗଣାରେ ଭାସି ଆସେ ଦିନେ
ଘମାଘୋଟ କଳା ମେଘ
ଜୀବନ ଚିତ୍ରକୁ ବଦଳାଇ ଦେଲା
ପ୍ରାପ୍ତି ନହୋଇଲା ଶ୍ଳାଘ୍ୟ ।
ଫାଟିଲା ବାଦଲ ଝରି ଗଲା ବାରି
ସଙ୍ଗେ ଅଶ୍ରୁ ସ୍ରୋତସ୍ବନୀ
ଉଜାଳା ଆଶାଟା ମଉଳି ଲୋଟିଲା
ନିସ୍ତେଜ କି ରାତିରାଣୀ ।
ନିନ୍ଦା ବଜ୍ର ଘାତ ଚକିତ ଚପଳା
କରୁ ଥିଲେ ଉପହାସ
ନିଲଠା ଭାଗ୍ୟଟା ଫାଟି ନଯାଇଣ
ପୁଟୁଳି କଲା ସାହାସ ।
ଲେଖନୀ ମୁନରେ ମାନସ କନ୍ୟାକୁ
ନିତି କରୁ ଥାଏ ସୃଷ୍ଟି
ଦିନେ କଳାମେଘ ପଥ ବଦଳାଏ
ଭୁଞ୍ଜି ବାକ୍ୟ ବାଣ ମୁଷ୍ଟି ।
ପରିବର୍ତ୍ତନର ସୀମା ରେଖା ତଳେ
ଚଳେ ଏ ଜୀବନ ଖେଳ
କେବେ କଳାମେଘ ଗୋଟି ବାନ୍ଧୁ ଥାଏ
ପୁଣି କେବେ କ୍ଷୟ ବଳ ।
ଭରି ଗଲା ହସ ଲିଭିଲା ଉଦାସ
ଆଗମନ ସୁଖପ୍ରଦ
ମୋ ଜୀବନ କଥା ନୁହେଁ ଆରେ ମିତ
ଜଗତ ଅନ୍ତର ଶଦ୍ଦ ।