କଳାକହ୍ନେଇ
କଳାକହ୍ନେଇ
କି ଗୁଣି କଲୁରେ କହ୍ନେଇ
ତୋର ପ୍ରେମରେ ହେଲି ମୁଁ ବାୟାଣୀ
ଗୋପ ଭୂଲିଗଲୁ ମଥୁରା ଭୂଲିଲୁ
ରାଧା ପ୍ରେମ ଭୂଲି ବୃନ୍ଦାବନ ଗଲୁ
ବ୍ରଜବାସୀ ଝୁରନ୍ତି ତୋ ଗୁଣ ଗୁଣି
ତୋର ପ୍ରେମରେ ହେଲି ମୁଁ ବାୟାଣୀ।
ଭୁଲି ବସୁଦେବ ଭୁଲିଗଲୁ ନନ୍ଦ
ବାଲ୍ଯଲିଳା ଭୁଲି ତୁ କଳା ଗୋବିନ୍ଦ
ଢଳି ଢଳି ନାଚୁ ତୋ ମୟୁର ଠାଣି
ତୋର ପ୍ରେମରେ ହେଲି ମୁଁ ବାୟାଣୀ
କି ଗୁଣି କଲୁରେ କହ୍ନେଇ
ତୋର ପ୍ରେମରେ ହେଲି ମୁଁ ବାୟାଣୀ।
ଗୋବତ୍ସା ଚରେଇ ଯାଉଥିଲୁ ବନ
ସାଥି ପିଲା ସଙ୍ଗେ ଭାଇ ବଳରାମ
ଚୋରାଇ ଖାଉଥିଲୁ ସର ଲବଣୀ
ତୋର ପ୍ରେମରେ ହେଲି ମୁଁ ବାୟାଣୀ
କି ଗୁଣି କଲୁରେ କହ୍ନେଇ
ତୋର ପ୍ରେମରେ ହେଲି ମୁଁ ବାୟାଣୀ।
ମାଟି ଖାଇ ଧନ ଦେଖାଇଲୁ ପାଟି
ଚଉଦ ବ୍ରହ୍ମାଣ୍ଡ ଦିଶେ ଗୋଟି ଗୋଟି
ମୁର୍ଛିତା ହେଲେ ମା ସ୍ନେହ ରଙ୍କୁଣୀ
ତୋର ପ୍ରେମରେ ହେଲି ମୁଁ ବାୟାଣୀ
କି ଗୁଣି କଲୁରେ କହ୍ନେଇ
ତୋର ପ୍ରେମରେ ହେଲି ମୁଁ ବାୟାଣୀ।
ଇନ୍ଦ୍ରର ଗୁମାନ ଭାଙ୍ଗିଲୁ ରେ ଧନ
ହସ୍ତରେ ଟେକିଲୁ ଗିରି ଗୋବର୍ଦ୍ଧନ
ତୋ ପ୍ରେମେ ବାଇଆ ଗୋପ ରମଣୀ
ତୋର ପ୍ରେମରେ ହେଲି ମୁଁ ବାୟାଣୀ
କି ଗୁଣି କଲୁରେ କହ୍ନେଇ
ତୋର ପ୍ରେମରେ ହେଲି ମୁଁ ବାୟାଣୀ।
ବାଲ୍ଯକାଳ ଲିଳା ଅତି ଅଦ୍ଭୁତ
କେତେ ଅସୁରଙ୍କୁ କଲୁ ନିହତ
ମୁଣ୍ଡ କୋଡ଼ି କାନ୍ଦେ କଂସ ଘରଣୀ
ତୋର ପ୍ରେମରେ ହେଲି ମୁଁ ବାୟାଣୀ
କି ଗୁଣି କଲୁରେ କହ୍ନେଇ
ତୋର ପ୍ରେମରେ ହେଲି ମୁଁ ବାୟାଣୀ।
ନନ୍ଦ ଯଶୋଦାଙ୍କର ଗଳାର ମାଳା
ତୋପାଇଁ ରାଧିକାଙ୍କୁ ଯମୁନା ମନା
ଝୁରି ରାଧିକା ତନୁ କ୍ଷିଣ ହେଲାଣି
ତୋର ପ୍ରେମରେ ହେଲି ମୁଁ ବାୟାଣୀ
କି ଗୁଣି କଲୁରେ କହ୍ନେଇ
ତୋର ପ୍ରେମରେ ହେଲି ମୁଁ ବାୟାଣୀ।
କେଳି କଦମ୍ବ ମୂଳେ ବାଇଲୁ ବଂଶୀ
ଗୋପଙ୍ଗନା ମାନେ ଗୃହେ ଝିଙ୍ଗାସୀ
ଧାଉଁଥାନ୍ତି ପ୍ରେମେ ହୋଇ ଅନ୍ଧୁଣୀ
ତୋର ପ୍ରେମରେ ହେଲି ମୁଁ ବାୟାଣୀ
କି ଗୁଣି କଲୁରେ କହ୍ନେଇ
ତୋର ପ୍ରେମରେ ହେଲି ମୁଁ ବାୟାଣୀ।
କୃପାକର ଆହେ କଳାଶ୍ରୀ ମୁଖ
ଅଭାଗୀ ନଳିନୀ ର ଫେଡିବ ଦୁଃଖ
ଦିନୁ ଦିନ କଷଣ ବଳି ଗଲାଣି
ତୋର ପ୍ରେମରେ ହେଲି ମୁଁ ବାୟାଣୀ
କି ଗୁଣି କଲୁରେ କହ୍ନେଇ
ତୋର ପ୍ରେମରେ ହେଲି ମୁଁ ବାୟାଣୀ।
