STORYMIRROR

Krushnapriya Mohapatra

Abstract

3  

Krushnapriya Mohapatra

Abstract

କଳାଜହ୍ନ

କଳାଜହ୍ନ

1 min
11.8K

କଳାଜହ୍ନ ମୋର କଳାସାଆନ୍ତ

କଳ୍ପତରୁ ମୂଳେ ବସିଅଛ ପ୍ରଭୁ 

କରିଛି ଶ୍ରୀମୁଖ ଦର୍ଶନେ ଆଶ।


କପଟ କରନା ଚକାନୟନ

କର ଦୟା ବାରେ ନନ୍ଦନନ୍ଦନ

କର ପତ୍ର ଯୋଡ଼ି କରେ ଜଣାଣ।


କଳା କାହ୍ନୁ ରୂପ ଦେଖିବା ପାଇଁ

କଳାପ ଧରହେ ଚାହିଁଛି ମୁହିଁ

କହ ଦେଲ କିଳି କବାଟ କାହିଁ


କର୍ମହୀନ ଜନ ଭାବି ଗୋସାଇଁ।

କଷ୍ଟ ଦିଅ ପ୍ରଭୁ ଜଗତ ସାଇଁ

କହିଲେ ଅତ୍ୟୁକ୍ତି ହେବ କି ନାହିଁ ?


କହନ୍ତି ତୁମକୁ ଜଗତ ଯାକ

କରେ ଭକ୍ତି ଭାବ ଯିଏ ପ୍ରଭୁଙ୍କ

କର ପରୀକ୍ଷା ଯେ ତାକୁ ଅନେକ।


କରିଲା ପ୍ରତିଜ୍ଞା ବାଳକ ଧ୍ରୁବ

କଷ୍ଟେ ପାଇଥିଲା ଦର୍ଶନ ତୁମ

କରିଥିଲ ଇଚ୍ଛା ତା ପରିପୂର୍ଣ୍ଣ।


କରୁଣ ହୃଦେ ସ୍ମରିଲା ପ୍ରହଲ୍ଲାଦ

କରାଳ ରୂପେ ଯେ ସ୍ତମ୍ଭୁ ପ୍ରକଟ

ପିତା କୁ ତାର ବିଦାରିଲ ନିରସ୍ତ୍ର


କରୁଛି ପ୍ରାର୍ଥନା ହେ ଆଦିକନ୍ଦ

କରୁନ କୋରନା କୁ କାହିଁ ହତ

କଷ୍ଟ ଭୋଗୁଛନ୍ତି ଭକତବୃନ୍ଦ।


କାହିଁକି ଦେଲ ହେ ଏପରି କଷ୍ଟ

କି ଦୋଷ ଆମର କୁହ ପ୍ରତ୍ୟେକ୍ଷ

କେମିତି ସହୁଛ ଜଗତ ଦୁଃଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract