Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

କଳାବାମନ

କଳାବାମନ

1 min
243



ଆଡପ ମଣ୍ଡପେ    ନବମୀ ତିଥିରେ

     ସନ୍ଧ୍ୟା ଧୂପ ମଇଲମ

ଦରଶନ ମାତ୍ରେ     କଳାବାମନଙ୍କୁ

     ମିଳେ ସାର୍ଥକତା ପୁଣ୍ୟ

     ରହିଛି ବିଶ୍ୱାସ ବିଧି

ମହାପ୍ରଭୁଙ୍କର     ଦୁର୍ଲଭ ଦର୍ଶନେ

     କର୍ମ ଚଉବର୍ଗ ସିଦ୍ଧି ।


ଜନ୍ମବେଦୀ ସ୍ଥଳ    ପରମ ପବିତ୍ର

    ନିତ୍ୟ ରାହାସର ସ୍ଥଳୀ

ବିଜେ ହୋଇଥାନ୍ତି   ଚତୁର୍ଦ୍ଧାମୂରତି

     ପାଟ ପୀତାମ୍ବରୀ ପିନ୍ଧି

     ବଡ଼ସିଂହାର ସୁବେଶ

ଦିଅଇ ଆନନ୍ଦ    ଦିବ୍ୟ ଦରଶନ

    ଶାନ୍ତି ପରମ ସନ୍ତୋଷ ।


ଗୁଣ୍ଡିଚା ମନ୍ଦିରେ   ଲାଗଇ ଗହଳୀ

    ଚଉପାଶ ଲୋକାରଣ୍ୟ

ବରଷନ୍ତି କୃପା    ପତିତ ପାବନ

     ଜୀବନ ହୁଅଇ ଧନ୍ୟ

     ଜୟ ଜୟ ଜଗନ୍ନାଥ

ଘଣ୍ଟ ଘଣ୍ଟା ନାଦ   ହୁଳହୁଳି ଶବ୍ଦ

     ମୁଖରିତ ପୁଲକିତ ।


ପହୁଡ଼ ଆଳତୀ    ଶେଷ ଦରଶନ

     ଠୁଳଶୂନ୍ୟ ରୂପକାନ୍ତି

ହରେ ପାପତାପ    ଅଭାବ କଷଣ

      ଦିଏ ଅମୃତ ପ୍ରଶାନ୍ତି

    ଶଙ୍ଖନାଭି ଶ୍ରୀକ୍ଷେତ୍ରରେ

ଉଡୁ ଧର୍ମଧ୍ୱଜା    ଶ୍ରୀପୁରୁଷୋତ୍ତମେ

     ଜୟ ଜଗଦୀଶ ହରେ ।

       


Rate this content
Log in

Similar oriya poem from Classics