Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanuja Meghamala

Abstract Classics

3  

Sanuja Meghamala

Abstract Classics

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
279



କାର୍ତ୍ତିକ ପୂର୍ଣ୍ଣିମା ବାର୍ତ୍ତା ବହ ଅଟେ

ଆମ ସଂସୃତି ଓ ଆମ ଐତିହ 

ଇତିହାସ ଏବଂ ପରମ୍ପରାର ।

ଇତିହାସ କହେ ଏ ବୀର ଜାତିର 

ସେ ଅଙ୍ଗେ ନିିଭା କଥା

ଏହି କାର୍ତ୍ତିକ ପୂର୍ଣ୍ଣିମାରେ

ସାତ ଦରିଆ ପାରି ହୋଇ

ଦିନେ ସାଧବ ପୁଅମାନେ 

ସୁଦୂର ଜାଭା, ସୁମିତ୍ରା, ବୋର୍ଣ୍ଣିଓ

ଇଣ୍ଡୋନେସିଆ ଆଦିକୁ

ବେପାର କରିବା ପାଇଁ

ପାଲ ଟଙ୍ଗା ବୋଇତରେ ଯାଉଥିଲେ

ଆମ ରାଜ୍ୟରୁ ଦ୍ରବ୍ୟ ମାନ ନେଇ

ସେଠି ବିକ୍ରି କରି, 

ବୋହି ଆଣୁ ଥିଲେ

ଅଜସ୍ର ଧନ ସମ୍ପତ୍ତି ।

ତା ସହିତ ସେ ଦେଶମାନଙ୍କରୁ

ଅନ୍ୟ ଆବଶ୍ୟକ ଦ୍ରବ୍ୟ ମାନ ଆଣି

ଏଠାରେ ବିକ୍ରି କରି 

ବେପାର ବାଣିଜ୍ୟର ଏକ 

ସମ୍ବନ୍ଧ ବଢ଼ାଇଥିଲେ

ଏବଂ କାଳକ୍ରମେ 

ସେହି ଦେଶ ମାନଙ୍କ ସହିତ

ଅର୍ଥନୈତିକ, ରାଜନୈତିକ,

ସୁସମ୍ପର୍କ ଗଢି ଉଠି ଥିଲା

ବାଣିଜ୍ୟ ବ୍ୟବସାୟ ମାଧ୍ୟମରେ।

କାର୍ତ୍ତିକ ମାସରେ ବର୍ଷା କମିଯାଏ

ଶୀତ ଆସିବା ପରେ, ସମୁଦ୍ରରେ

ବର୍ଷା ଝଡ଼ ବତାସର ଭୟ କମି ଯାଏ

ପବନର ଗତି ମଧ୍ୟ ଅନୁକୂଳ 

ହୋଇ ଉଠେ ଦୂର ଯାତ୍ରା ପାଇଁ

ସାଧବ ମାନଙ୍କର ଶୁଭ ଯାତ୍ରା

ଓ ମଙ୍ଗଳ କାମନା କରି

ସାଧବାଣୀ ମାନେ ଏହି ଦିନ

ବୋଇତ ବନ୍ଦାଣ କରିଥାନ୍ତି 

ନାନା ଜାତି ଫୁଲରେ ସଜେଇ

ଦୀପ ଜାଳି ବନ୍ଦାପନା କରି ।

ସେ ସବୁ ଆଜି ଇତିହାସ ପୃଷ୍ଠାରେ ବିଲୀନ

ତଥାପି ଅତୀତର ସେହି 

ପରମ୍ପରାକୁ ସମ୍ମାନ ଦେଇ

ଆଜି ବି କାର୍ତ୍ତିକ ପୂର୍ଣ୍ଣିମାରେ

ଡଙ୍ଗା ଭସା ହେଉଛି 

ଧର୍ମ ସହିତ ଯୋଡ଼ି ହୋଇ।


Rate this content
Log in

Similar oriya poem from Abstract