STORYMIRROR

MADHU MITA

Classics Inspirational

3  

MADHU MITA

Classics Inspirational

ମୁଁ ମୁରୁଜ ପଥର ଗୁଣ୍ଡ

ମୁଁ ମୁରୁଜ ପଥର ଗୁଣ୍ଡ

1 min
229


ରଙ୍ଗ ବେରଙ୍ଗି ଦେହ ଅଟେ ମୋର

ମୁଁ ପରା ଅଟେ ସବୁ ବ୍ରତର ସାର!!

ଦୀପାବଳୀ ହେଉ କି ହେଉ ମାଣବସା

ହେଉ ପୂର୍ଣ୍ଣମୀ କି ହେଉ ଅମାବାସ୍ୟା!!

ମୋ ବିନା ଅଧୁରା ସବୁ ପରବ ପୁନେଇ

ସବୁଠୁ ଲୋଡା ଯେବେ ଆସେ କାର୍ତ୍ତିକ ଘନେଇ!!


କରି ଦେବି ମୁଁ ବଗ ବଗୁଲି

ପଂଚୁକ କରିବେ ଲୋକେ ଦେଖେଇ!!

ଅଁଳା ତୁଳସୀ ଗଛ ଲଗେଇ 

ପଂଚୁକ କର ଆକାଶ ଦୀପକୁ ଥୋଇ!!


ଶଙ୍ଖ ଚକ୍ର ଗଦା ଆଉ ପଦ୍ମ 

ଲେଖି ଦେଇ ମୁଁ ହେବି ଯେ ଧନ୍ୟ!!

ବିଷ୍ଣୁ ବିନା ନାହିଁ କାର୍ତ୍ତିକ ବ୍ରତ 

ଏକଥା ଅଟେ ତ୍ରିବାର ସତ୍ୟ!!


ବୃନ୍ଦାବତୀ ମୂଳେ ଲଗାଇ ମନ

ସୁହାଗ ଚିହ୍ନ ସବୁ ମନରେ ଘେନ!!

ଶାଢୀ ଚୁଡି ଆଉ ଆଭୂଷଣକୁ 

କରି ଦେଇ ତୁମେ କର ପ୍ରଣାମ!!


ସବୁଠି ଅଛି ମୋ କାଳିଆ ସାଆନ୍ତ 

ତା ବିନା କି ତୀର୍ଥ ଆଉ ବ୍ରତ!!

ଚତୁର୍ଦ୍ଧା ମୂର୍ତ୍ତିକୁ ରଚିବି ମୁହିଁ 

ନାନା ରଙ୍ଗେ ତାକୁ ଦେବି ରଙ୍ଗେଇ!!


ଜନ୍ମ ପାଇଛି ମୁଁ ଯେ ପଥର ଗୁଣ୍ଡ 

ତଥାପି ଭରିବି ମନେ ଭକ୍ତିର ଭାବ!!

ପୁଣ୍ୟ ମାସେ ମୋତେ ଦିଅ ସଜେଇ 

ପୁଣ୍ୟ ଲାଭ କରୁ ସାରା ଜଗତ!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics