Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics

3  

KRUTIBAS NAYAK

Classics

କବିତା ପର୍ବ : (ଅତିରିକ୍ତ) କବିତା-65

କବିତା ପର୍ବ : (ଅତିରିକ୍ତ) କବିତା-65

1 min
222


ଜୀବ ଶରୀରରେ ଉଦ୍ଦୀପନା ଆଣେ ନର-ନାରୀ ଜୀବରସ,

ହର୍ମୋନ ନାମରେ ସେହି ଜୀବରସ ଚିହ୍ନାଏ ନାରୀ-ପୁରୁଷ |


ନାରୀ ଶରୀରରେ ନର ଜୀବରସ ଥାଏ ଶହେରୁ ଚାଳିଶ,

ଶହେରୁ ଷାଠିଏ ନର ଜୀବରସ ଧାରଣ କରେ ପୁରୁଷ |


ବଢିଲେ କମିଲେ ସେହି ଜୀବରସ ଚରିତ୍ର ବଦଳି ଯାଏ,

ପୁରୁଷ ହେଲେ ବି ନାରୀ ପରି ଚାଳେ ନାରୀ ନର ପରି ହୁଏ |


ଅସଲ ପୁରୁଷ ନାରୀ ହେବାପାଇଁ ଇଚ୍ଛାକରେ କାଳେକାଳେ,

ତପସ୍ୟା କରନ୍ତି ମୁନି-ଋଷି-ସାଧୁ ନିର୍ଜନରେ ବୃକ୍ଷମୂଳେ |


ବୟସ ବଢିଲେ ନାରୀ ଆଚରଣ ପୁରୁଷକୁ ବଳିଯାଏ,

ସେହିପରି ନର ହେଇଯାଏ ଧୀର ନାରୀର ଆଶ୍ରିତ ହୁଏ |


କୋଟି ବ୍ରହ୍ମାଣ୍ଡରେ ଜଣେ ତ ପୁରୁଷ ଚକ୍ରଧାରୀ ବିଷ୍ଣୁ ହରି,

ପୁରୁଷ ହେଉ କି ନାରୀ ଦେହଧାରୀ ସଭିଏଁ କେବଳ ନାରୀ |



Rate this content
Log in

Similar oriya poem from Classics