STORYMIRROR

Smruti mohanty

Classics

3  

Smruti mohanty

Classics

ଶୀତ

ଶୀତ

1 min
245

ବରଷକେ ଥରେ ଏଇ ପୃଥିବୀରେ 

ପାଦ ଥାପିଥାଏ ଶୀତ

ସବୁଜ ପତ୍ରରେ କାକର ଲଗାଏ

ଗାଇ ମନ ଖୋଲା ଗୀତ ।


ଗେଣ୍ଡଫୁଲ ଆଉ ସେବତୀ ଜୀନିଆ

ସାଥିରେ ଆଣିକୀ ଆସେ

ପତ୍ର - ଫୁଲ - ଫଳ ମଧ୍ୟରେ ପୃଥିବୀ

ଆହା କି ସୁନ୍ଦର୍ ଦିଶେ!


ବାଡ଼ିରେ ପରିବା କ୍ଷେତରେ ଧାନ

ଅମଳ କରଇ ଚାଷୀ 

ପରିଶ୍ରମ ଫଳ ପାଇଗଲା ପରେ

ଆନନ୍ଦରେ ଦିଏ ହସି ।


ଶୀତ ବସ୍ତ୍ର ଆଉ ଉଷୁମ ଜିନିଷ 

ଲଗାଇ ଭାରି ବଢିଆ

ବୁଢ଼ା ବୁଢ଼ୀ ମାନେ ଘୋଡିହୋଇ ବସି 

ଖାଆନ୍ତି ମୁଢ଼ି ନଡ଼ିଆ ।


ଆଗି ଜଳା ଆଉ ବସନ୍ତ ପଞ୍ଚମୀ

ଏହି ଦିନେ ଆସିଥାଏ

କାର୍ତ୍ତିକ ମାସର ହବିଷ ଖିଆ

ସଭିଙ୍କ ମନକୁ ମୋହେ। 


ପଦ୍ମ ଝୋଟି ମଧ୍ୟେ ଦୁଇ ପାଦ ରଖି

ମା ଲକ୍ଷ୍ମୀ ଆସିଥାନ୍ତି

ସୁଖ ସମ୍ପଦ ଧନ ମଧ୍ୟରେ

ଦୁଃଖ ସବୁ ନେଇଯାଆନ୍ତି ।


ଫଗୁଣ ମାସକୁ ସ୍ବାଗତ ଜଣାଇ

ଏହି ଋତୁ ଚାଲିଯାଏ

ଶସ୍ୟ ଶ୍ୟାମଳ ଏହି ପୃଥିବୀକୁ

ସ୍ମୃତି କିଛି ଦେଇ ଯାଏ ।



Rate this content
Log in

More oriya poem from Smruti mohanty

Similar oriya poem from Classics