STORYMIRROR

Smruti mohanty

Inspirational

3  

Smruti mohanty

Inspirational

ନାରୀ:

ନାରୀ:

1 min
162

ହେ ନାରୀ

ତୁ ସେଦିନ ଚୁପ୍ ରହିଲୁ କାହିଁକି??

ଯେଉଁ ଦିନ ପ୍ରଥମ ଥର

 ତୋ ସ୍ବାମୀ ତୋ ଉପରକୁ ହାତ ଉଠେଇଲା 

ତୁ ବାପ ଘରୁ ଆଣିଥିବା ସମସ୍ତ ଜିନିଷ 

ତୋଠୁ ଛଡେଇ ନେଲା

ଦିନସାରା ମଦ ମାଂସ ସହ ମସ୍ତି କରି ରାତି ଅଧକୁ ଢଳି ଢଳି

ଘରକୁ ଫେରି ତୋ ଉପରେ ପାଶବିକ ଅତ୍ୟାଚାର କଲା

ହେ ନାରୀ ତୁ ସେଦିନ ଚୁପ୍ ରହିଲୁ କାହିଁକି ??


ଯେବେ ତତେ ରାଜକୁମାରୀ କହି

ତୋ ଆଖିରେ ହଜାରେ ସ୍ଵପ୍ନ ଭରି ସାରିବା ପରେ

ତୋର ସମସ୍ତ ସ୍ବପ୍ନକୁ ଭାଙ୍ଗିଦେଇ

ପ୍ରଥମ କରି ତତେ ଚରିତ୍ରହିନାର ଆଖ୍ୟା ଦିଆଗଲା 

ତୁ ସେଦିନ ଚୁପ୍ ରହିଲୁ କାହିଁକି ??


ଯେବେ ପ୍ରଥମ କରି ତୋ ଅଧିକାରକୁ

ତୋ ଠୁ ଛଡେଇ ନିଆଗଲା

ତୋର ମନ ଖୋଲି ହସିବା ଆଉ କାନ୍ଦିବା ଉପରେ ମଧ୍ୟ

କଟକଣା ଲଗାଇ ଦିଆଗଲା 

ତୁ କାହା ସହ କଥା ହେବୁ ଆଉ କଥା ନହେବୁ 

ସେ ନିଷ୍ପତି ମଧ୍ୟ ଅନ୍ୟ ହାତରେ ରହିଲା

ହେ ନାରୀ ତୁ ସେଦିନ ଚୁପ୍ ରହିଲୁ କାହିଁକି ??


ଯେଉଁଦିନ ପ୍ରଥମ କରି ତୋ 

ସମସ୍ତ ଇଚ୍ଛାକୁ ଦବାଇ ଦିଆଗଲା

ତୋର କବିତା ଲେଖିବା ଆଉ ଗୁଣୁଗୁଣୁ ହୋଇ ଗୀତ ଗାଇବା

କାରଣ ମଧ୍ୟ ତତେ ପଚରାଗଲା

ତୁ ଆଗ୍ରହରେ କରିଥିବା ରୋଷେଇକି 

ଥୁ ଥୁ କରି ତୋ ଉପରକୁ ଫୋପାଡି ଦିଆଗଲା 

ହେ ନାରୀ ତୁ ସେଦିନ ଚୁପ୍ ରହିଲୁ କାହିଁକି??


ହଁ ମୁଁ ଜାଣିଛି...

ତୁ ଏହାର କେବଳ ଗୋଟିଏ ଉତ୍ତର ଦେଇ ପାରିବୁ

କି ତୁ ହେଉଛୁ ମହାନ ଭାରତୀୟ ନାରୀ 

ତୁ ମୋତେ ଦେଇପାରୁ ସତୀ ଅନସୂୟା ଓ 

ସାବିତ୍ରୀ ର ଉଦାହରଣ 

କହିପାରୁ ମଧ୍ୟ ଅହଲ୍ୟା ଓ ଦୌପଦୀ ଙ୍କ କଥା

ହେଲେ ତୁ କଣ ଭୁଲି ଯାଉଛୁ

ଏ ଭାରତରେ ସୀତାଙ୍କ ସହ ଦୁର୍ଗା ମଧ୍ୟ ଅଛନ୍ତି

ଯିଏ ଯୁଗେ ଯୁଗେ ଅନ୍ୟାୟର ବିନାଶ କରିଛନ୍ତି 

ସେମାନଙ୍କ କଥା ସେଦିନ ତୋ ମନକୁ ଆସିଲାନି କାହିଁକି 

 ଆଉ ହେ ନାରୀ ତୁ ସେଦିନ ଚୁପ୍ ରହିଲୁ କାହିଁକି??


Rate this content
Log in

More oriya poem from Smruti mohanty

Similar oriya poem from Inspirational