Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SACHALA GURU

Classics

3  

SACHALA GURU

Classics

ଲୁହ

ଲୁହ

1 min
167



ମାନବ ଜନମ ଲଭି ପୂର୍ଣ୍ଣ କାମ 

   ରହିଛି ଜଗତ ସୃଷ୍ଟି 

ସଂସାର ମଧ୍ୟରେ ଘର କରିଥିଲେ

   ଦୁଃଖ ସୁଖ ହୁଏ ବୃଷ୍ଟି l1l

ମନର ବାଧକ ହୁଅଇ ସାଧକ 

   ତାହା ତ କଳନା ନାହିଁ 

ହୃଦୟର କୋହ ଆଖିର ଯେ ଲୁହ 

   ଅଚାନକେ ଘଟି ଥାଇ l2l

କେତେ ମାତାଙ୍କର ଦୁଃଖର ସଂସାର 

   ଡୁବି ଯାଇଥାଏ ପୁଣ 

ସୁଖର ସଂସାରେ ଆନନ୍ଦର ଅଶ୍ରୁ 

  ବୁହାଇଣ ଥାଏ ଜାଣ l3l

ମାତା କଷ୍ଟ ସହି ଆମ ସୁଖ ପାଇଁ 

   କରୁତୁ ମନରେ ତୋର 

ଚକ୍ଷୁର ଲୁହକୁ ଲୁଚାଇ ଦେଇଣ 

   ଖୁସି ଭରିଛୁ ଆମ୍ଭର l4l

ଭକତର ବନ୍ଧୁ ପ୍ରଭୁ କୃପାସିନ୍ଧୁ 

   ବୁଝିଣ ଭକ୍ତର ମନ 

ଆଶିଷ ଲଭିଲେ ଵିଭୂଙ୍କ ଚରଣେ 

    ଲୋତକ ଝରାଇ ପୁଣ l5l

ବୃକ୍ଷ ଲତାଙ୍କର ବକଳ କାଟିଲେ 

    ଝରାଇ ଲୋତକ ଧାର 

ପାରିବାର ମଧ୍ୟେ କିଛି ଘଟିଗଲେ 

   ଲୁହବୋହେ ଅନିର୍ବାରl 6l



Rate this content
Log in