Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics

3  

KRUTIBAS NAYAK

Classics

କବିତା : 30-11-20 ସହି ପାରିବା କି ନାହିଁ ?

କବିତା : 30-11-20 ସହି ପାରିବା କି ନାହିଁ ?

1 min
191


ଡକ୍ଟର କୃତ୍ତିବାସ ନାୟକଜନକ ନନ୍ଦିନୀ ଶ୍ରୀରାମ ଘରଣୀ ଅଯୋଧ୍ୟାର ରାଜରାଣୀ,

ସୀତା-ମାତା ସେହି ମହାଲକ୍ଷ୍ମୀ ହୋଇ ଥିଲେ ଜଣେ ଅଭାଗିନୀ |


ଜନ୍ମ ନେବାବେଳେ ନଥିଲେ ଜନନୀ ମାଟିରୁ ହେଲେ ବାହାର,

ବିବାହ ବେଳରେ ଆସି ପର୍ଶୁରାମ କଲେ ଗଣ୍ଡଗୋଳ ଘୋର |


ସତ୍ୟରକ୍ଷା ପାଇଁ ଚାଲିଲେ ବଣକୁ ଉଚ୍ଛନ୍ନ ହେଲା ସଂସାର,

ଅଭିଷେକ ବେଳେ ମନ୍ଥରା କୈକେୟୀ ମାତାଙ୍କ ହେଲେ ଶିକାର |


ପତ୍ର କୁଡ଼ିଆରେ ସୁଖ ଖୋଜୁ ଖୋଜୁ ଆସି ମାୟାବୀ ରାବଣ,

ମାନ ମହତକୁ ପଛରେ ପକାଇ ମାତାଙ୍କୁ କଲା ହରଣ |


ରାକ୍ଷସୀ ମେଳରେ ସ୍ୱାମୀ ବିରହରେ କେବଳ ଯାତନା ଥିଲା,

ସ୍ଵର୍ଣ୍ଣମୟୀ ଲଙ୍କା ଧ୍ୱଂସ ପାଇଗଲା ମାୟାବୀ ରାବଣ ମଲା l


ଅଯୋଧ୍ୟାକୁ ଫେରି ରାଣୀ ହେଉହେଉ ବଇରୀ ହେଲା ଧୋବଣୀ,

ଅପବାଦ ନିନ୍ଦା ପାଇଲେ ଜାନକୀ ନିର୍ବାସିତା ହେଲେ ପୁଣି |


ତଥାପି ତାଙ୍କର ଦୁଃଖ ସରିଲାନି ଅଗ୍ନି ପରୀକ୍ଷା ବି ଦେଲେ,

ଅତି ସୁକୁମାରୀ ମହାରାଣୀ ସୀତା ବସୁଧା ଫଟାଇ ଗଲେ |


ଜଗତ ଜନନୀ ଏତେ ଯାତନାକୁ ଯଦି ପାରିଥିଲେ ସହି,

ଆମପାଇଁ ଦୁଃଖ ଯାତନା ଆସିଲେ ସହି ପାରିବା କି ନାହିଁ ?



Rate this content
Log in

Similar oriya poem from Classics