STORYMIRROR

Laxmipriya Sahu

Classics

3  

Laxmipriya Sahu

Classics

ଥୁଣ୍ଟା ଗଛ

ଥୁଣ୍ଟା ଗଛ

1 min
177


ରାସ୍ତା କଡ଼ର ଗଛ

କିଏ ଦେଖେ କିଏ ପଚାରେ

ଗ୍ରୀଷ୍ମର ଦୁର୍ଦ୍ଦମନୀୟ ଉତ୍ତାପର

ଅସହ୍ୟ ଜଳନ

ବର୍ଷାର ଅବିଶ୍ରାନ୍ତ ଜଳଧାରାରେ

ଅତ୍ୟଧିକ ସ୍ନାହାନ

ଶରତର ଧବଳ ମେଘ ରାଶିରେ

ନିଜର କାୟା ବିସ୍ତାର

ହେମନ୍ତର ମୁକ୍ତା ନିଭ ନିହାରରେ

ଫୁଲର ମଣ୍ଡଣି

ଶୀତର ପ୍ରଚଣ୍ଡ ସୈତ୍ୟ ସାଙ୍ଗକୁ

ଜୀର୍ଣ୍ଣ ଶୀର୍ଣ୍ଣ ଶରୀର

ବସନ୍ତର ମଳୟ ବାୟୁର ହିଲ୍ଲୋଳେ

ପୀରତୀର ରସ ହାସ ଉଲ୍ଲାସେ

ଷଡ ଋତୁର ଆବିର୍ଭାବ ଅନ୍ତର୍ଦ୍ଧାନ

ଏହାରି ଭିତରେ ଜୀବନର

ବାନପ୍ରସ୍ଥ,ବ୍ରହ୍ମଚର୍ଯ୍ୟ, ଗ୍ରାହସ୍ଥ ଗଲାଣି

ଏବେ ମୁଁ ନିସ୍ବ ସନ୍ୟାସ

ଥୁଣ୍ଟା ଗଛ ହଁ ଥୁଣ୍ଟା ଗଛ

ଫଳ ପୁଷ୍ପ ପତ୍ର ହୀନ ଶ୍ରୀହୀନ

ଶାଖା ପ୍ରଶାଖା ତୋଳି ରହିଛି

ତୁମ ମହାର୍ଘ୍ୟକୁ.....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics