STORYMIRROR

Laxmipriya Sahu

Action

3  

Laxmipriya Sahu

Action

ଆଜିର ସୁଖ

ଆଜିର ସୁଖ

1 min
174


ସତରେ ମଣିଷ କେତେ ଅଜବ

ସେ କଣ ଚାହେଁ ଖୋଜୁଛି ଖୋଜିବ

ସୁଖରେ ବିଭୋର ହୋଇ ଲୁହ ଗୋଡ଼ଏ 

ଦୁଃଖର କୋହରେ ବି ଲୁହ ଝରାଏ

ଆଜିର ବ୍ୟସ୍ତଜୀବନ ଉପରେ ଛିଡ଼ା ହୋଇ

ସମୟ ସ୍ରୋତରେ ସ୍ମୃତିର ପୃଷ୍ଠା ଓଲଟାଏ

ଖୁସିର ମୁହୂର୍ତ୍ତ ସୁଅରେ ଭାସି ଆସେ

ହୃଦୟ ଫଟା ଦୃଶ୍ୟବି ଝଲସି ଉଠେ

କୋଳାହଳ ପୂର୍ଣ୍ଣ ବାସ୍ତବ ଦୁନିଆକୁ ଫେରେ

ଅତୀତ ଆଜିର ସମୟକୁ ତର୍ଜମା କରେ

ଭବିଷ୍ୟତ ସୁଖ ଆଶାରେ ଦୁଃଖ ପଛେ ପଡ଼ିଥିଲା

ବର୍ତମାନ ଶୋଚନା ଲୁହରେ ଭାସି ବୁଲିଲା...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action