ଅଭିମାନ
ଅଭିମାନ
ଶୁଣ ଥରେ ଶୁଣ
ଶେଷଥର ପାଇଁ ଶୁଣ
ତୁମେ ଶୁଣିଲା ବେଳକୁ
ମୋ ଶବ୍ଦ ସବୁ
ତୁମ କାନରେ ପଡ଼ିବନି..
ମୁଁ ଥିବି ହୁଏତ
କେଉଁ ଅପାନ୍ତର ଇଲାକାରେ
ସେଠି ସ୍ନେହ ପ୍ରେମ ଥିବ
ମାନ ଅଭିମାନ ବି ଥିବ
ମାତ୍ର କର୍ତଵ୍ୟର ଆଢୁଆଳରେ..
ହୃଦୟର ସମସ୍ତ ସ୍ନେହ ପ୍ରେମ
ତୁମ ଉପରେ ଅଜାଡ଼ି ସାରିଛି
ଅନ୍ତରର ମହାର୍ଘ୍ୟ ବାଢ଼ିଛି
ନୈବେଦ୍ୟ ଭାବି ଗ୍ରହଣ କର..
ତୁମରି ଉଦ୍ଦେଶ୍ୟରେ ଏ ବାର୍ତ୍ତା
ହଁ ତୁମ ପାଇଁ ଏ ପଂକ୍ତି
ସମୟ ସୁଅରେ ଭାସିଯିବା ଆଗରୁ
ଥରେ ଶୁଣ ଶେଷଥର ପାଇଁ ଶୁଣ....

