STORYMIRROR

Laxmipriya Sahu

Romance Tragedy

2  

Laxmipriya Sahu

Romance Tragedy

ଅଭିମାନ

ଅଭିମାନ

1 min
109


ଶୁଣ ଥରେ ଶୁଣ

ଶେଷଥର ପାଇଁ ଶୁଣ

ତୁମେ ଶୁଣିଲା ବେଳକୁ

ମୋ ଶବ୍ଦ ସବୁ

ତୁମ କାନରେ ପଡ଼ିବନି..


ମୁଁ ଥିବି ହୁଏତ

କେଉଁ ଅପାନ୍ତର ଇଲାକାରେ

ସେଠି ସ୍ନେହ ପ୍ରେମ ଥିବ

ମାନ ଅଭିମାନ ବି ଥିବ

ମାତ୍ର କର୍ତଵ୍ୟର ଆଢୁଆଳରେ..


ହୃଦୟର ସମସ୍ତ ସ୍ନେହ ପ୍ରେମ

ତୁମ ଉପରେ ଅଜାଡ଼ି ସାରିଛି

ଅନ୍ତରର ମହାର୍ଘ୍ୟ ବାଢ଼ିଛି

ନୈବେଦ୍ୟ ଭାବି ଗ୍ରହଣ କର..


ତୁମରି ଉଦ୍ଦେଶ୍ୟରେ ଏ ବାର୍ତ୍ତା

ହଁ ତୁମ ପାଇଁ ଏ ପଂକ୍ତି

ସମୟ ସୁଅରେ ଭାସିଯିବା ଆଗରୁ

ଥରେ ଶୁଣ ଶେଷଥର ପାଇଁ ଶୁଣ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance